Masthead

ଛତୁ ଚାଷ କରି ମହିଳା ସ୍ୱାବଲମ୍ବୀ

ଅସ୍ତରଙ୍ଗ(ବଡ଼ ଖବର ବ୍ୟୁରୋ): ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ମହିଳା । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ କୋରଣା ପଞ୍ଚାୟତର କୋରଣା ଗ୍ରାମର ମା ଦଶଭୁଜା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମିଶନ ଶକ୍ତି ମାଧ୍ୟମରେ ଋଣ କରି ଆଧୁନିକ ପ୍ରଣାଳୀରେ ଛତୁ ଚାଷ କରି ଲାଭବାନ ହେଉଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହ ପରିବାରକୁ ଆର୍ଥିକ ଦିଗରେ ସହାୟତା କରୁଛନ୍ତି ।

ମା ଦଶଭୁଜା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୧୮ ଜଣ ମହିଳା ବନ୍ତିଳ ଗ୍ରାମରେ ଛତୁ ଚାଷ ପାଇଁ ତାଲିମ ନେଇଥିଲେ । ପ୍ରାଥମିକ ପର୍ଯ୍ୟାୟ ସଫଳତା ପରେ ଏମାନେ ଛତୁ ଚାଷ ଆଗକୁ ବଢ଼ାଇଛନ୍ତି । ବର୍ତ୍ତମାନ ଗୋଟିଏ ଦିନରେ ୪୦ରୁ ୫୦ କିଲୋ ଛତୁ ଉତ୍ପାଦନ କରୁଥିବା ବେଳେ ପାଖାପାଖି ମାସକୁ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଆଧୁନିକ ପ୍ରଣାଳୀରେ ହେଉଛି ଛତୁ ଚାଷ । ୨୦୦୬ରେ ୧୮ ଜଣ ମହିଳା ମିଶି ମା ଦଶଭୁଜା ସ୍ୱୟଂ ସହାୟକ ସଂଘ ଗଠନ କରିଥିଲେ । ପରେ ବ୍ଲକ ତରଫରୁ ବନ୍ତିଳ ଗ୍ରାମରେ ଛତୁ ଚାଷ ପାଇଁ ତାଲିମ ନେଇଥିଲେ । ଛତୁ ଚାଷ କରି ସୁଫଳ ହେବା ପରେ ଛତୁ ଚାଷ ଆଗକୁ ବଢ଼ାଇବାକୁ ଉଦ୍ୟମ କରିଛନ୍ତି । ବର୍ତ୍ତମାନ ଗୋଟିଏ ଦିନରେ ଚାଳିଶିରୁ ପଚାଶ କିଲୋ ଛତୁ ଉତ୍ପାଦନ କରୁଥିବା ବେଳେ ପାଖାପାଖି ମାସକୁ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ