Masthead

ପାନୀୟଜଳ ପାଇଁ ହଇରାଣ ହେଉଛନ୍ତି ପଞ୍ଚାୟତବାସୀ

ବରୀ(ବଡ଼ କବର ବ୍ୟୁରୋ): ବରୀରେ ଫେଲ ମାରିଚି ସରକାର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା । ପାନୀୟ ଜଳକୁ ଗୁରୁତ୍ୱ ଦେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଯୋଜନା ଯୋଜନାରେ ରହିଯାଉଛି ଯାହାର ବାସ୍ତବ ଚିତ୍ର ସମ୍ପୂର୍ଣ ଅଲଗା। ଟିକେ ଭଲ କରି ଦେଖନ୍ତୁ ଏ ହେଉଛି ବରୀ ବ୍ଲକ ଅଧିନସ୍ଥ ରତ୍ନଗିରି ପଞ୍ଚାୟତ ଅଲିଆବାଦ୍ ଗ୍ରାମର ଲୋକମାନଙ୍କ ଅବସ୍ଥା କିପରି ପିଇବା ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ ।

ଟିକେ ଭଲ ଭାବରେ ଦେଖନ୍ତୁ ଏ ଦୃଶ୍ୟକୁ ନର୍ଦ୍ଦମା ଭିତରେ ପଡିଛି ପାଣି ପାଇପ। ଆଉ ଏଭଳି ଅପରିଷ୍କାର ଓ ଆଇରନ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ। ସ୍ୱାଧୀନତାର ୭୭ ବର୍ଷ ପରେବି ଆଜି ଟୋପାଏ ପାଣି ପାଇଁ ନେହୁରା ହେଉଛନ୍ତି ଗ୍ରାମବାସୀ । ଯାହାକୁ ନେଇ ସିଧା ବରୀ ବିଧାୟିକାଙ୍କୁ ଟାର୍ଗେଟ କଲେ ଗାଁର ମା’ମାନେ। ବିଧାୟିକାଙ୍କୁ ଗ୍ରାମବାସୀଙ୍କ ପ୍ରଶ୍ନ ଏଭଳି ପାଣି ଆପଣକୁ ଦେଲେ ଆପଣ ପିଇବେତ?

ପାଣି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇ ଭୋଟ ହାତେଇଲେ। ନିର୍ବାଚନ ପରେ କିନ୍ତୁ ଆଉ ଦେଖା ନାହିଁ। ନେତାଙ୍କ ପାଖରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ପର‌୍ୟ୍ୟନ୍ତ ଯେତେ ଅଭିଯୋଗ କରିଥିଲେ ବି ପାଣି ବଦଳରେ ମିଳିଛି କେବଳ ପୂଳା ପୂଳା ମିଛ ପ୍ରତିଶ୍ରୁତି। ତେଣୁ ରତ୍ନଗିରି ପଞ୍ଚାୟତ ଅଲିଆବାଦ୍ ଗ୍ରାମରେ ଯଥା ଶୀଘ୍ର ପାନୀୟ ଜଳ ସମସ୍ୟାର ସମାଧାନ କରାନଗଲେ ଆଗାମୀ ବିଧାନ ସଭା ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚରମ ନିଷ୍ପତି ନେଇଛନ୍ତି ଗ୍ରାମବାସୀ ।

ଏହିପରି ବରୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ସମସ୍ୟା ରହିଛି। ସ୍ଥାନୀୟ ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର‌୍ୟ୍ୟନ୍ତ ଯେତେ ଗୁହାରି କଲେ ବି କେହି ଶୁଣି ନାହାଁନ୍ତି। ତେବେ ଦେଖିବାକୁ ବାକି ରହିଲା ବରୀ ବ୍ଲକରେ କେବେ ଦୁରହେବ ପାନୀୟ ଜଳ ସମସ୍ୟା। ଏଥିପ୍ରତି କେବେ ଦୃଷ୍ଟି ଦେବେ ଯାଜପୁର ଜିଲ୍ଲାପାଳ ଓ ବରୀ ବିଧାୟିକା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ