Masthead

ଋଣ ପାଇଁ ମହିଳାଙ୍କୁ ଅତ୍ୟାଚାର

ପଟ୍ଟାମୁଣ୍ଡାଇ(ବଡ଼ ଖବର ବ୍ୟୁରୋ): ବସିଲା କଙ୍ଗାରୁ କୋର୍ଟ । ମାତ୍ର କେଇଟା ଟଙ୍କା ପାଇଁ ମହିଳାଙ୍କୁ ଦିଆଯାଇଛି ଘୃଣ୍ୟ ନିର୍ଯାତନା । ଉଧାର ଟଙ୍କା ଦେଇ ନପାରିବାରୁ କଙ୍ଗାରୁ କୋର୍ଟରେ ମହିଳାଙ୍କୁ ଲଣ୍ଡା କଲେ ମହିଳା । ମାତ୍ର କେଇଟା ଟଙ୍କା ପାଇଁ ମହିଳାଙ୍କୁ ଭୋଗିବାକୁ ପଡ଼ିଛି ଘୃଣ୍ୟ ନିର୍ଯାତନା । ଉଧାର ଟଙ୍କା ଦେଇ ନପାରିବାରୁ କଙ୍ଗାରୁ କୋର୍ଟରେ ମହିଳାଙ୍କୁ ଲଣ୍ଡା କଲେ ମହିଳା । ଏ କେଉଁ ଦୁର୍ଗମ ପାହାଡିଆ ଆଦିବାସୀ ଅଞ୍ଚଳ ନୁହେଁ ବରଂ ଏ ହେଉଛି କେନ୍ଦ୍ରାପଡା ଜିଲ୍ଲାର ଛାତି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଅଞ୍ଚଳର ।

ବେଲତଳ ଗାଁ ର ୧୯ ଜଣ ମହିଳା ଙ୍କ ଠାରୁ ୧୨୦୦ ଟଙ୍କା ଲେଖାଏ ଲୋନ କରିଦେବାକୁକହି ନେଇଥିଲେ । ତେବେ ଟଙ୍କା ନେବା ପରେ ଲୋନ ନହେବାରୁ ମହିଳା ମାନେ ସମୃକ୍ତ ମହିଳ ଙ୍କୁ ଟଙ୍କା ଫେରାଇବାକୁ ଜୁଲମ କରିଥିଲେ ହେଲେ ମହିଳା ଜଣଙ୍କ ଟଙ୍କା ଫେରାଇବାକୁ ସମୟ ମାଗିବା ସହିତ ନିଜର ଅସହାୟତା ପ୍ରକାଶ କରିଥିଲେ କିନ୍ତୁ ଗତ୧୭ ତାରିଖ ଦିନ ଗାଁ ର କିଛି ମହିଳା ଉକ୍ତ ମହିଳା ଙ୍କୁ କୌଶଳ କ୍ରମେ ଡାକି ସର୍ବ ସମ୍ମୁଖରେ ତାଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମାରିଥିଲେ ତେବେ କେଵଳସେତିକି ନୁହେଁ ମହିଳା ଙ୍କ ଗାଲରେ କଳା ବୋଲିବା ସହିତ ତାଙ୍କୁ ଲଣ୍ଡା କରିବାକୁ ପଛେଇ ନଥିଲେ ଆଉ ସେସବୁର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ କରିଥିଵା ସୂଚନା ମିଳିଛି । ମହିଳାଙ୍କ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଥିବାରୁ ମହିଳା ଜଣଙ୍କ ପ୍ରଥମେ କେନ୍ଦ୍ରାପଡା ମେଡିକାଲ ରେ ଚିକିତ୍ସିତ ହେବା ସହିତ ଆଜି ପଟ୍ଟାମୁଣ୍ଡାଇ ଥାନା ର ଦ୍ୱାରସ୍ତ ହୋଇଛନ୍ତି ।

ଅନ୍ୟପଟେ ପଟ୍ଟାମୁଣ୍ଡାଇ ଅଞ୍ଚଳବାସୀ ଏଭଳି ଘଟଣାକୁ ନିନ୍ଦା କରିବାସହିତ ଦୋଷୀଙ୍କ ବିରୁଦ୍ଧରେ ଦୃଡ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି । ମହିଳାଙ୍କ ଏତଲା ପରେ ପୋଲିସ ଘଟଣାକୁ ଗୁରୁତର ସହିତ ନେବା ସହିତ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଛି । ଏହାସହ ୧୦ ଜଣ ମହିଳାଙ୍କୁ ଉଠାଇ ଆଣିଛି ପଟ୍ଟାମୁଣ୍ଡାଇ ପୋଲିସ । ଅନ୍ୟପଟେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ଖୋଳତାଡ଼ କରୁଛି ପୋଲିସ। ତେବେ ଏଭଳି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ