Masthead

ପିପିଲିରେ ରାଜନୈତିକ ଉଷ୍ମତା

ପିପିଲି(ବଡ଼ ଖବର ବ୍ୟୁରୋ): ପିପିଲିରେ ଅନୁଭୂତ ହେଲାଣି ଉପନିର୍ବାଚନ ତାତି । ଭୋଟ୍ ହାତେଇବାକୁ ଉଦ୍ୟମ ଆରମ୍ଭ କଲେଣି ବିଭିନ୍ନ ରାଜନୈତିକ ଦଳ । ଜନସମ୍ପର୍କ ଅଭିଯାନ ମାଧ୍ୟମରେ ସାଧାରଣ ଲୋକଙ୍କର ନିକଟତର ହେବାକୁ ଉଦ୍ୟମ ଆରମ୍ଭ କରିଛି ବିଜେପି । ଗତ ସାଧାରଣ ନିର୍ବାଚନରେ ଦୁଇ ନମ୍ବରରେ ଥିବା ବିଜେପି, ବିଜେଡ଼ିର ଏହି ଗଡକୁ ଅକ୍ତିଆର କାରିବା ପାଇଁ କସରତ ଆରମ୍ଭ କରିଛି । ପୁଣି ଥରେ ଟ୍ରାକକୁ ଫେରିବାକୁ ଚେଷ୍ଠା କରୁଛି କଂଗ୍ରେସ । ସେପଟେ ପୁଣି ଥରେ ପିପିଲିରେ ବାଲେଶ୍ଵର ଓ ତର୍ତ୍ତୋଲ ଭଳି ସଫଳତା ମିଳିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି ବିଜେଡି ।

ବାଲେଶ୍ଵର ଓ ତିର୍ତ୍ତୋଲ ଉପନିର୍ବାଚନ ପରେ ଏବେ ପିପିଲି ଉପରେ ରହିଛି ରାଜ୍ୟବାସୀଙ୍କ ନଜର । ପିପିଲି ନିର୍ବାଚନମଣ୍ଡଳୀର ଭୋଟରଙ୍କୁ କିଏ, କିପରି ପ୍ରଭାବିତ କରିବ ସେନେଇ ଏବେ ଠାରୁ ଆରମ୍ଭ ହେଲାଣି ଅଙ୍କକଷା । ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ହେଉଛି । ୭ଥର ବିଜେଡି କବଜାରେ ରହିଛି ପିପିଲି । ତେବେ ଏଥର କିଏ ଜିତୁଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ