Masthead

ପ୍ରବୀରଙ୍କ ବିୟୋଗରେ ଆଇଆଇଏମ୍‍ସିରେ ଶୋକ

ଢେଙ୍କାନାଳ: ଭାରତୀୟ ଜନ ସଂଚାର ସଂସ୍ଥାନ(ଆଇଆଇଏମ୍‍ସି)ର ପୂର୍ବତନ ଛାତ୍ର ପ୍ରବୀର କୁମାର ପ୍ରଧାନଙ୍କ ଅକାଳ ବିୟୋଗରେ ସଂସ୍ଥାନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । କରୋନାରେ ଆକ୍ରାନ୍ତ ହୋଇ ପ୍ରବୀରଙ୍କର ଆଜି ସକାଳେ ଦେହାନ୍ତ ଘଟିଛି । 

ପ୍ରବୀରଙ୍କ ସ୍ମୃତିକୁ ମନେ ପକାଇ ଆଜି ସକାଳେ ଆଇଆଇଏମ୍‍ସିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ‘ପ୍ରବୀର ଜଣେ ଭଲ ଛାତ୍ର ଥିଲେ । ସାମ୍ବାଦିକ ଭାବେ ସେ ବେଶ୍‍ ନାମ କମାଇଥିଲେ । ରାଜ୍ୟର ଜଣେ ଆଗ ଧାଡି଼ର କ୍ରାଇମ୍‍ ରିପୋର୍ଟର ଥିଲେ ପ୍ରବୀର ପ୍ରଧାନ । ନିଜର ଉଚ୍ଚକୋଟିର ରିପୋର୍ଟିଂ ପାଇଁ ସେ ଦୁଇ ଦୁଇ ଥର ଜାତୀୟ ସ୍ତରରେ ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘର ‘ଶ୍ରେଷ୍ଠ କ୍ରାଇମ୍‍ ରିପୋର୍ଟ’ର ସମ୍ମାନ ପାଇଥିଲେ । ପ୍ରବୀରଙ୍କ ଅଚାନକ ବିୟୋଗ ସଂସ୍ଥାନ ଏବଂ ରାଜ୍ୟର ସାମ୍ବାଦିକତା ପାଇଁ ଅପୂରଣୀୟ କ୍ଷତି ସୃଷ୍ଟି କରିବ’- ବୋଲି ଆଇଆଇଏମ୍‍ସିର ଅଧ୍ୟାପକ ଓ କର୍ମଚାରୀମାନେ କହିଛନ୍ତି ।
ପ୍ରବୀର ୨୦୦୬-୦୭ ମସିହାରେ ଆଇଆଇଏମ୍‍ସିର ଓଡି଼ଆ ସାମ୍ବାଦିକତାର ଛାତ୍ର ଥିଲେ । ତାଙ୍କ ଆତ୍ମାର ସଦ୍‍ଗତି ନିମନ୍ତେ ଦୁଇ ମିନିଟ୍‍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକ ସଭାରେ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ, ସହକାରୀ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର, ସେକ୍ସନ ଅଫିସର କେଦାରନାଥ ଜେନା, ଶୁଭଙ୍କରୀ ଦାସ, ବଦ୍ରିନାଥ ଜେନା, ଲକ୍ଷ୍ମୀନାରାୟଣ ମିଶ୍ର, ସୌମ୍ୟରଞ୍ଜନ ବିହାରା, ପଦ୍ମଲୋଚନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ