Masthead

ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ‘ବିଶ୍ୱକର୍ମା ଯୋଜନା’

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା । ସେପ୍ଟେମ୍ବର ୧୭ରୁ ଏହି ଯୋଜନା ଆରମ୍ଭ ହେବାକୁ ଯାଉଛି । ଓଡ଼ିଶାର ୩ଟି ସ୍ଥାନରେ କାର୍ୟ୍ୟକ୍ରମ ପାଇଁ ଯୋଜନା ରହିଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ଓଡ଼ିଶାରେ ୧ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି ଆକଳନ କରାଯାଇଛି । ଜିଲ୍ଲା ସ୍ତରରେ ଚିହ୍ନଟ କରିବା ପାଇଁ କମିଟି ରହିବ ।

୨୦୨୩-୨୩ ରୁ ୨୦୨୭-୨୮ ଭିତରେ ୧୩ ହାଜର କୋଟିର ବ୍ୟୟ ଅଟକଳ କରାଯାଇଛି । ପାରମ୍ପରିକ କାରିଗର ଏବଂ ଶିଳ୍ପୀକାର ମାନେ ଉପକୃତ ହେବେ । କୌଳିକ ବୃତ୍ତିକୁ ଆଧାର କରି ଜୀବନଯାପନ କରୁଥିବା ଲୋକଙ୍କୁ ସାମିଲ କରାଯିବ । ବଢେଇ, ଡଙ୍ଗା ନିର୍ମାତା, ପଥର କାରିଗର, ଜୋତା କାରିଗର, ଝୁଡ଼ି, ମସିଣା ଏବଂ କତା କାରିଗର, ଧୋବା, ମାଛ ଜାଲ ନିର୍ମାତା ଭଳି ୧୮ଟି ବର୍ଗଙ୍କୁ ସାମିଲ କରାଯିବ । ପରିଚୟ ପତ୍ର ଏବଂ ସାର୍ଟିଫିକେଟ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ