ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି ପ୍ରସଙ୍ଗ । ଦୀପାଲିଙ୍କ ବୟାନ ଉପରେ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା । ଖାଲି ଗଣମାଧ୍ୟମ ଆଗରେ କହି ଦେଲେ ହେବନି । ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ । ମୁଖ୍ୟମନ୍ତ୍ରୀ ବିଚାର କରିବେ ସିବିଆଇ ତଦନ୍ତ ହେବ କି ନାହିଁ । ପୂର୍ବ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନାଁରେ ଭୁଆଁ ବୁଲେଇ ଥିଲେ । ସେପଟେ ସିବିଆଇ ତଦନ୍ତ ଦୁଇ ବର୍ଷ ପୂର୍ବରୁ ହେବାର ଥିଲା । ବିଳମ୍ବରେ ହେଲେ ବି ନବ ଦାସ ଙ୍କ ପରିବାରର ଜ୍ଞାନ ଉଦୟ ହେଇଛି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି ନବ ଦାସଙ୍କ ହତ୍ୟା ପ୍ରଥମରୁ ହିଁ ସନେ୍ଦହଜନକ ।
ସେହି ସମୟରେ ଆମେ ମାନେ ବିଧାନସଭାରେ ସିବିଆଇ ତଦନ୍ତ ଦାବି ନଚେତ ଜୁଡିସିଆରି ତଦନ୍ତ ଦାବି କରିଥିଲୁ । ସେତେବେଳର ସରକାର ଏକମତ ହେଲେ ନାହିଁ ଏବଂ ତାଙ୍କ ପରିବାର ନିରବ ରହିଲେ । ଏବେ ଯେଉଁ ସମୟରେ କିରିମିରା ବ୍ଲକ ଅଧଃକ୍ଷାଙ୍କ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ ଉଠିବାରେ ତାଙ୍କ ଜ୍ଞାନ ଉଦୟ ହୋଇଛି । ନବ ଦାସଙ୍କ ହତ୍ୟା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଥିବା ଓଡ଼ିଶାବାସୀ ବି କହୁଛନ୍ତି । ସେଥିପାଇଁ ସିବିଆଇ ତଦନ୍ତ ହେବା କଥା । କାହିଁକି ନା ସିବିଆଇ ତଦନ୍ତ ହେଲେ ସତ ସାମ୍ନା କୁ ଆସିଯିବ । ବିଳମ୍ବରେ ହେଲେ ବି ନବ ଦାସଙ୍କ ପରିବାରର ଜ୍ଞାନ ଉଦୟ ହେଇଛି । ଗୋପାଳ ନବ ଦାସଙ୍କୁ କାହିଁକି ମାରିଲା କଣ ଏମିତି ଶତ୍ରୁତା ଥିଲା । ଏବେ ସେ ଆରାମରେ ଅଛି ।
ସିବିଆଇ ତଦନ୍ତ ଦୁଇ ବର୍ଷ ପୂର୍ବରୁ ହେବାର ଥିଲା । ସେହି ସମୟରେ ସେହି ଅଞ୍ଚଳରେ ଯାହା ଆଲୋଚନା ହେଉଥିଲା ବ୍ୟବସାୟିକ ଦୃଷ୍ଟି କୋଣରୁ କିଛି ଲୋକଙ୍କ ସହ ନବ ଦାସଙ୍କ ରାଜନୈତିକ ଶତ୍ରୁତା ଥିଲା । ସିବିଆଇ ତଦନ୍ତ ହେଲେ ସତ ସାମ୍ନା କୁ ଆସିଯିବ । ଅନ୍ୟପଟେ ନବ ଦାସଙ୍କ ଏତେ ବଡ଼ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଧରାପଡିଲେ ଭଲ । ସିବିଆଇ ହେଉଛି ବହୁତ ଭଲ ତଦନ୍ତକାରୀ ସଂସ୍ଥା ତେଣୁ ମୋର ବିଶ୍ୱାସ ଅଛି ସିବିଆଇ ତଦନ୍ତ ହେଲେ ମୁଖ୍ୟ ଆସାମୀ ଧରା ପଡ଼ିବ ବୋଲି କହିଛନ୍ତି ବିଜେଡି ବିଧାୟକ ମନୋହର ରନ୍ଧାରୀ ।
ମନୋହର କହିଛନ୍ତି ନବ ଦାସଙ୍କ ହତ୍ୟାକାଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ । ତାକୁ ସିବିଆଇ କିମ୍ବା କାହାକୁ ଦେଲେ ମୁଖ୍ୟ ଆସାମୀ ଧରାପଡ଼ିବ ସେଇଟାକୁ ସରକାର ନିଷ୍ପତ୍ତି ନେବା ଦରକାର । ଯେହେତୁ ତାଙ୍କ ପରିବାର ଅର୍ଥାତ ତାଙ୍କ ଝିଅ ଦାବି କରୁଛନ୍ତି ତେଣୁ ସିବିଆଇ ତଦନ୍ତ ହେଲେ ଭଲ ହେବ । ଏତେ ବଡ଼ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ଧରାପଡିଲେ ଭଲ । ସେବେ କ୍ରାଇମବ୍ରାଞ୍ଚ ତଦନ୍ତରେ ଯିଏ ଧରାପଡିଥିଲା ସେ ଏବେ ଜେଲ ରେ ଅଛି । ତାଙ୍କ ପରିବାରର ଦାବି ଉଚିତ ଅଛି ସରକାର ନିଷ୍ପତ୍ତି ନିଅନ୍ତୁ ।
ସିବିଆଇ ହେଉଛି ଗୋଟେ ଭଲ ତଦନ୍ତକାରୀ ସଂସ୍ଥା । ବାପା ହତ୍ୟାକାଣ୍ଡ ପାଇଁ ପରିବାର ଯାହା ବି ହେଲେ ଚାହିଁବେ ମୁଖ୍ୟ ଆସାମୀ କିମ୍ବା ଆଉ କିଏ ଯଦି ରହି ଯାଇଛନ୍ତି ସେମାନେ ଧରା ପଡ଼ନ୍ତୁ । ସେଥିପାଇଁ ସେମାନେ ସିବିଆଇ ତଦନ୍ତ ହେଲେ ଖୁବଶୀଘ୍ର ସେମାନେ ଧରାପଡିବେ ବୋଲି ନବ ଦାସଙ୍କ ପରିବାର ଭାବୁଥିବେ । ମୋର ବିଶ୍ୱାସ ଅଛି ସିବିଆଇ ତଦନ୍ତ ହେଲେ ମୁଖ୍ୟ ଆସାମୀ ଧରା ପଡ଼ିବ ବୋଲି କହିଛନ୍ତି ରନ୍ଧାରୀ।