Masthead

କଥା ଦେଇଥିଲେ, ଫେରୁ ଫେରୁ ଲାଗିଗଲା ୪୬ ବର୍ଷ

ରାୟଗଡ଼ା  (ବଡ଼ ଖବର ବ୍ୟୁରୋ): ରକ୍ତ କଂଗ୍ରେସ, ଦେହ ବିଜେଡି । କଥା ଦେଇଥିଲେ କଂଗ୍ରେସ ଦଳକୁ ଫେରିବେ । କିନ୍ତୁ ଫେରୁ ଫେରୁ ଲାଗିଗଲା ୪୬ ବର୍ଷ । ରାୟଗଡ଼ାରେ ଚାଲିଥିଲା ପୂର୍ବତନ ମନ୍ତ୍ରୀ ରାମଚନ୍ଦ୍ର ଉଲ୍ଲାକଙ୍କ ଶ୍ରାଦ୍ଧ ଦିବସ । ଯୋଗ ଦେଇଥିଲେ କଂଗ୍ରେସର ବଡ଼ ବଡ଼ ନେତା । ସେମାନଙ୍କ ମଧ୍ୟରେ ଥିଲେ ତାରା ବାହିନୀପତି, ସପ୍ତଗିରି ଉଲ୍ଲାକ ଓ ଜୟରାମ ପାଙ୍ଗୀ । ଆଉ ସବୁଠୁ ଚର୍ଚ୍ଚାର ବିଷୟ ଥିଲା ଜୟରାମ ପାଙ୍ଗୀଙ୍କ ଭାଷଣ । ପାଙ୍ଗୀ କହିଥିଲେ ବିଜୁବାବୁଙ୍କ ସହ ହେଲିକପ୍ଟରେ ବୁଲିବା ପରେ ବିଜେଡିକୁ ଛାଡ଼ି ପାରିନଥିଲି । ବିଜେଡିର କଟର ବିରୋଧୀ ଦଳ ହେଉଛି କଂଗ୍ରେସ । କଂଗ୍ରେସର କୌଣସି ନେତା ବିରୋଧ ପଦଟିଏ କେବେ କହିନାହିଁ ।

କଂଗ୍ରେସକୁ କଥା ଦେଇଥିଲି । ଦଳର ଅବସ୍ଥା ଭଲ ନଥିଲା । ୨୦୧୪ରେ ଆସିପାରିଲି ନାହିଁ ।ସେପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯୁବ କଂଗ୍ରେସ ଅମଳରୁ ରାମଚନ୍ଦ୍ରଙ୍କ ସହିତ ମୋର ସମ୍ପର୍କ ଥିଲା । ରାମଚନ୍ଦ୍ରଙ୍କ ନେତୃତ୍ୱରେ ଦଳ ରାୟଗଡ଼ା ଜିଲ୍ଲାରେ ସକ୍ରିୟ ରହିଥିଲା । ଏବେ କଂଗ୍ରେସ ସମସ୍ତ କର୍ମୀଙ୍କୁ ନେଇ ଆଗାମୀ ନିର୍ବାଚନ ଲଢିବ । ଅନ୍ୟପଟେ ଶ୍ରାଦ୍ଧ ଦିବସକୁ ନେଇ ତେଜିଛି ବିଦାଦ । ସମାଲୋଚନା କହିଛନ୍ତି ରାଜନୀତି ବିଶେଷଜ୍ଞ ଓ ସାଧାରଣ ଜନତା । ରାଜନୀତି ମଇଦାନରେ ପୁରୁଣା ଖେଳାଳି ହେଉଛନ୍ତି ଜୟରାମ । ଏବେ ବି ତାଙ୍କ ସମର୍ଥକଙ୍କ ସଂଖ୍ୟା ବେଶ ଭଲ ରହିଛି । ଏହି ମହାମିଳିନ ପରେ କଂଗ୍ରେସ ଏକ ବଡ଼ ଖେଳ ପାଇଁ ଅଭ୍ୟାସ ଚଲାଇଥିବା ଚର୍ଚ୍ଚା ହେଉଛି ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ