Masthead

ନିଜ ଟଙ୍କାରେ କାଠପୋଲ ତିଆରି କଲେ ଯୁବକ

ବାଲିଗୁଡା (ବଡ଼ ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ବିନ୍ଦୁପଦର ଗ୍ରାମର ଡବିସା ମଲିକ । ଗ୍ରାମବାସୀଙ୍କ ଦୀର୍ଘ ଦିନର ସମସ୍ୟାର ସମାଧାନ ପାଇଁ ଅଣ୍ଟାଭିଡିଥିଲେ । ନିଜସ୍ଵ ସଞ୍ଚିତ ଦଶ ହଜାର ଟଙ୍କା ଓ ଗ୍ରାମବାସୀଙ୍କ ଶ୍ରମଦାନରେ ତିନି ମାସରେ ଶହେ ଫୁଟର ଏକ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଛନ୍ତି । ପୋଲ ନିର୍ମାଣ ହେବାରୁ ଲୋକମାନେ ସୁବିଧାରେ ଯାତାୟାତ କରିପାରୁଥିବାରୁ ଡବିଶା ଭାରି ଖୁସି ।

କିନ୍ତୁ ପ୍ରସାଶନ ଓ ଜନ ପ୍ରତିନିଧିମାନେ ନିରାଶ କରିଥିବାରୁ ଦୁଃଖ ଲାଗୁଛି ବୋଲି କହିଛନ୍ତି ଡବିଶା । ତେଣେ ବିଡିଓ କହିଛନ୍ତି ବିନ୍ଦୁପଦର ଗ୍ରାମରୁ କୌଣସି ଅଭିଯୋଗ ଆସି ନାହିଁ। ଏ ବିଷୟରେ ତଦନ୍ତ କରି ଉପରସ୍ତ ଅଧିକାରୀଙ୍କୁ ଜଣେଇବି ।ଆଡିମାହା ପଞ୍ଚାୟତର ବିନ୍ଦୁପଦର ଗାଁକୁ ଘେରି ରହିଛି ବଣ ପାହାଡ । ୩୦ ଆଦିବାସୀ ପରିବାର ବସବାସ କରୁଥିବା ଏହି ଗାଁର ଲୋକମାନେ ବର୍ଷା ହେଲେ ଭୋଗନ୍ତି ନର୍କ ଯନ୍ତ୍ରଣା । ତିନି କିଲୋମିଟର ଦୂର ଆଡିମାହା ପଞ୍ଚାୟତକୁ ଯାଇ ପିଡିଏସ ସାମଗ୍ରୀ ଆଣିବା ସେମାନଙ୍କ ପକ୍ଷେ ଅସମ୍ଭବ ।

ଛାତ୍ରଛାତ୍ରୀମାନେ ପାଠପଢ଼ି ଯିବା ପାଇଁ ବିପଦଜନ୍ନକ ଭାବେ ସ୍କୁଲ, କଲେଜ ଯିବା ଆସିବା କରନ୍ତି । ଏହି ସମୟରେ କେହି ଅସୁସ୍ଥ ହୋଇପଡିଲେ ଭଗବାନଙ୍କ ଭରସାରେ ପରିବାର ଲୋକେ ଛାଡି ଦିଅନ୍ତି । ଏଠାରେ ସ୍ଥାୟୀ ପୋଲ ନିର୍ମାଣ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ଜନ ପ୍ରତିନିଧିମାନଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ