Masthead

ରକେଟ୍ ମାଡ କଲା ଇସ୍ରାଏଲ, ରଏଟର୍ସ ସାମ୍ବାଦିକ ମୃତ, ୬ ଜଣ ସାମ୍ବାଦିକ ଆହତ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି। ହାମାସକୁ ହଟାଇବା ପାଇଁ ଇସ୍ରାଏଲ୍ ଲଗାତାର ଭାବରେ ଗାଜା ପଟ୍ଟୀ ଏବଂ ଲେବାନନ୍ ଉପରେ ଆକ୍ରମଣ କରୁଛି। ଏହି ସମୟରେ ଯୁଦ୍ଧକୁ କଭରେଜ କରୁଥିବା ଜଣେ ସାମ୍ବାଦିକଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ଘଟଣା ସ୍ଥଳରେ ଥିବା ଜଣେ ରଏଟର୍ସ ଭିଡିଓ ସାମ୍ୱାଦିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ ଆଡୁ ଆସିଥିବା ଗୋଟାଏ କ୍ଷେପଣାସ୍ତ୍ର ପଡ଼ିବାରୁ ‘ରଏଟର୍ସ’ର ଜଣେ ଭିଡିଓ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି ଓ ଆଉ ୬ଜଣ ସାମ୍ବାଦିକ ଆହତ ହୋଇଛନ୍ତି ବୋଲି ଘଟଣାସ୍ଥଳରେ ଥିବା ‘ରଏଟର୍ସ’ର ଜଣେ ଭିଡିଓଗ୍ରାଫର୍ କହିଛନ୍ତି । ସୂଚନାନୁଯାୟୀ ଅଲ୍ ଜଜିରା ଏବଂ ଏଜେନ୍ସି ଫ୍ରାନ୍ସ-ପ୍ରେସ ସମେତ ସାମ୍ବାଦିକଙ୍କ ଗୋଷ୍ଠୀ ଇସ୍ରାଏଲ ସୀମା ନିକଟ ଆଲମା ଅଲ-ଶାବ ନିକଟରେ କାମ କରୁଥିଲେ। ଏହି ସ୍ଥାନରେ ଇସ୍ରାଏଲ ସେନା ଏବଂ ଲେବାନନ୍ ମିଲିସିଆ ହିଜବୁଲ୍ହା ମଧ୍ୟରେ ସଙ୍ଘର୍ଷ ଚାଲିଥିଲା । ହଠାତ୍ ରକେଟ୍ ମାଡରେ ସାମ୍ୱାଦିକଙ୍କ ମୃତ୍ୟୁ ଘଟିଛି ।
ରଏଟର୍ସ ଏକ ବିବୃତ୍ତିରେ କହିଛି ଯେ, ଲାଇଭ ଭିଡିଓ ସିଗନାଲ ଯୋ ଯୋଗାଉଥିବା ବେଳେ ସାମ୍ବାଦିକ ଇସାମ ଅବଦାଲ୍ଲାଙ୍କ ମୃତ୍ୟୁ ଘଟିଛି । ଏକ ପାହାଡ ଉପରେ କ୍ୟାମେରା ପଡିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ଆମ କ୍ୟାମେରା ଥରି ଉଠିଥିଲା, ହଠାତ୍ ପରିବେଶ ଧୂଆଁମୟ ହୋଇଯାଇ ଥିବାବେଳେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ