Masthead

ଭଡ଼ାଟିଆଙ୍କ ଲାଗି ଖୁସି ଖବର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାମ ଧନ୍ଦା କରିବା ଲାଗି ଲୋକେ ଗାଁ ଛାଡ଼ି ବାହାରେ ରହିଥାନ୍ତି । ୧୦୦ରୁ ୪୦ ଶତକଡ଼ା ଲୋକେ ଭଡ଼ାଘରେ ରହିଥାନ୍ତି । ସବୁବେଳେ ମୁଣ୍ଡରେ ରହିଥାଏ ଭଡ଼ା ଦେବାର ଚିନ୍ତା । ସେପଟେ ଭଡ଼ାଟିଆ ଏବଂ ଘର ମାଲିକଙ୍କ ଲାଗି ଖୁବଶିଘ୍ର ଲାଗୁ ହୋଇଛି ନୂଆ ନିୟମ । ଦେଶବ୍ୟାପୀ ଲାଗୁ ହେବ ମଡେଲ ଟେନାନ୍ସି ଆକ୍ଟ ତଥା ଆଦର୍ଶ ଭଡା ଆଇନ ।

ନଜର ପକାନ୍ତୁ କ’ଣ ରହିଛି ନିୟମ
ଭଟିଆଙ୍କୁ ରେଣ୍ଟ ଏଗ୍ରିମେଣ୍ଟ ଧାର୍ଯ୍ୟ ସମୟ ର୍ପୂବରୁ ବାହାର କରିପାରିବେ ନାହିଁ ଘରମାଲିକ । ଭଡ଼ାଟିଆ ଯଦି ଦୁଇମାସ ଭଡ଼ା ନଦେବେ କିମ୍ବା ଘରକୁ କିଛି ଖରାପ କାମରେ ଲଗାଇଥିବେ ତାହେଲେ ଘର ମାଲିକ ଭଡ଼ାଟିଆଙ୍କୁ ଘରୁ ବାହାର କରିପାରିବେ । କିନ୍ତୁ ଭଡ଼ାଟିଆଙ୍କୁ ୨୪ ଘଣ୍ଟା ପୂର୍ବରୁ ଲିଖିତ ନୋଟିସ ଘର ମାଲିକ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଭଡ଼ା ବାବଦକୁ ଭଡାଟିଆଙ୍କଠାରୁ ନିଆଯାଉଥିବା ସିକ୍ୟୁରିଟି ଡିପୋଜିଟରୁ ୨ମାସ ଭଡ଼ାରୁ ଅଧିକ ମାଗିପାରିବେ ନାହିଁ ଘରମାଲିକ । ଏଗ୍ରିମେଣ୍ଟ ମୁତାବକ ଯଦି ସମୟ ସିମା ମଧ୍ୟରେ ଘର ବା ଦେକାନ ଖାଲି ନକରନ୍ତି ତେବେ ମାଲିକ ଆଗାମୀ ୨ ମାସ ପର୍ଯ୍ୟନ୍ତ ତାଙ୍କଠାରୁ ଦୁଇ ଗୁଣା ଭଡ଼ା ମାଗି ପାରିବେ ।

ସେହିଭଳି ଉଭୟ ରେଣ୍ଟ ଏଗ୍ରିମେଣ୍ଟ ସରିବା ପରେ ବି ଯଦି ଭଡ଼ାଟିଆ ଘର ଖାଲି ନକରନ୍ତି ତେବେ ମାଲିକଙ୍କୁ ୪ ଗୁଣା ପର୍ଯ୍ୟନ୍ତ ରେଣ୍ଟ ମାଗିବାର ଅଧିକାର ରହିବ । ଯଦି ଘର ମାଲିକ ବିଲିଡିଂ କିମ୍ବା ଫ୍ଲାଟର ମରାମତି କରିବାକୁ ଚାହୁଁଛନ୍ତି ତେବେ ରିନୋଭେସନ କାମ ସରିବାର ମାସକ ପରେ ତାଙ୍କୁ ଭଡ଼ା ବଢାଇବାକୁ ଅନୁମତି ମିଳିବ । କିନ୍ତୁ ଭଡା ବଢାଇବା ପୂର୍ବରୁ ଭଡାଟିଆଙ୍କ ସହମତି ନେବା ମଧ୍ୟ ନିହାତି ଜରୁରୀ । ଯଦିଓ ଏହି ଆଇନ କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି କିନ୍ତୁ ଏହାକୁ ଲାଗୁ କରିବାର ଅଧିକାର ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରିବ ।

ଉଭୟ ଭଡ଼ାଘର ଓ ଦୋକାନକୁ ନେଇ ସେଭଳି କୌଣସି ନିୟମ କାନୁନ ନାହିଁ । ଏହି ଆଇନ ଆସିବା ପରେ ଘର ମାଲିକଙ୍କୁ ପ୍ରୋତ୍ସାହନ ମିଳିବ ବୋଲି ଆଶା ରଖିଛନ୍ତି ସରକାର । ଏହି ଆଇନ ଆସିବା ଦ୍ୱାରା ଘର ଭଡାକୁ ନେଇ ଏବେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବ ନାହିଁ ବୋଲି କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ସଚିବ ଦୁର୍ଗାଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ