Before Header

ଋଷିଆର ବୈଦେଶିକ ନୀତି, ଭାରତ ଉପରେ ପଡ଼ିପାରେ ଋଷର ଚାପ

0 12

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ଏବଂ ଚୀନ ହେଉଛି ୠଷିଆର ମୁଖ୍ୟ ସହେଯାଗୀ । ଋଷିଆ ତାର ନୂଆ ବୈଦେଶିକ ନୀତିରେ ଏହା ଘୋଷଣା କରିଛି । ଯେଉଁ ଦୁଇ ଦେଶ ମଧ୍ୟରେ କେବେ ପଡ଼େନାହେଁ । ଯେଉଁ ଦୁଇ ଦେଶ ମଧ୍ୟରେ ସବୁବେଳେ ସୀମା ବିବାଦ ଲାଗିରହିଥାଏ । ସେହି ୨ ଦେଶ ଭାରତ ଏବଂ ଚୀନ ହେଉଛି ଋଷିଆର ମୁଖ୍ୟ ସହେଯାଗୀ । ଋଷିଆ ଉଭୟ ଦେଶକୁ ଅନ୍ତର୍ଜାତୀୟ ସ୍ତରରେ ତାର ମୁଖ୍ୟ ସହେଯାଗୀ ଭାବରେ ପ୍ରୋଜେକ୍ଟ କରିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନୂଆ ବୈଦେଶିକ ନୀତି ଉପରେ ୪୨ ପୃଷ୍ଠାର ଏକ ଡକ୍ୟୁମେଣ୍ଟ ପ୍ରକାଶ ପାଇଛି । ଯାହା ମୋଦି ସରକାରଙ୍କ ଦ୍ୱନ୍ଦ୍ୱକୁ ବଢ଼ାଇବ ବୋଲି ଆଶା କରାଯାଉଛି । ଆଜି ଋଷିଆ ସହିତ ଭାରତର ଯେତିକି ଭଲ ସମ୍ପର୍କ ରହିଛି, ଆମେରିକା ଏବଂ ପାଶ୍ଚାତ୍ୟ ଦେଶ ମଧ୍ୟ ଭାରତ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛନ୍ତି । ୟୁକ୍ରେନ ଯୁଦ୍ଧ ପରେ ପୁରା ବିଶ୍ୱ ୨ ଭାଗରେ ବିଭକ୍ତ ହୋଇଛି । କିନ୍ତୁ ଭାରତ ପରି କିଛି ଦେଶ ନିଜର ଆଭିମୁଖ୍ୟକୁ ନିରପେକ୍ଷ ରଖିଛନ୍ତି । ନା ସେମାନେ ଋଷର ସମ୍ପୂର୍ଣ୍ଣ ପକ୍ଷ ରଖିଛନ୍ତି ନା ଆମେରିକାର ନା ଅନ୍ୟ ପାଶ୍ଚାତ୍ୟ ଦେଶଗୁଡିକର । ଯଦିଓ ଋଷ ଏବଂ ୟୁକ୍ରେନ ଭାରତକୁ ନିଜ ପକ୍ଷରେ ରଖିବାକୁ ଚାହୁଁଛନ୍ତି । କିନ୍ତୁ ବୈଦେଶିକ ନୀତିର ଏହି ଡକ୍ୟୁମେଣ୍ଟ ଭାରତ ଉପରେ ଚାପ ପକାଇପାରେ ଋଷର ପକ୍ଷରେ ରହିବା ପାଇଁ ।

ଡକ୍ୟୁମେଣ୍ଟ ଅନୁସାରେ, ଋଷିଆ ଭାରତ ସହ ରଣନୀତିକ ସହଯୋଗ ଜାରି ରଖିବ । ସବୁ କ୍ଷେତ୍ରରେ ସହାୟତା ବଢ଼ାଇବା ପାଇଁ କହିଛି ଋଷ । ଏହି ସହଯୋଗ ଦ୍ୱାରା ଉଭୟ ଦେଶ ଉପକୃତ ହେବେ । ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବୃଦ୍ଧି ପାଇବ । ପୁଞ୍ଜି ବିନିଯୋଗ ଏବଂ ବୈଷୟିକ କ୍ଷେତ୍ରରେ ମଧ୍ୟ ଅଧିକ ସହେଯାଗ ବୃଦ୍ଧି କରିବା ନେଇ ଡକ୍ୟୁମେଣ୍ଟରେ ଲେଖାଯାଇଛି ।

ୟୁକ୍ରେନ ଯୁଦ୍ଧରେ ଭାରତ ନିରପେକ୍ଷ ରହିଛି । ଦଶନ୍ଧି ଧରି ଋଷ ସହିତ ଭାରତର ଘନିଷ୍ଠ ସମ୍ପର୍କ ରହିଛି । ପ୍ରତ୍ୟେକ ଅସୁବିଧାରେ ଋଷ ଭାରତକୁ ସମର୍ଥନ କରିଛି । ଋଷ ହେଉଛି ଭାରତକୁ ସବୁଠାରୁ ବଡ଼ ଅସ୍ତ୍ର ଯୋଗାଣକାରୀ ରାଷ୍ଟ୍ର । ୨୦୧୬-୨୦୨୦ ମଧ୍ୟରେ ଭାରତକୁ ଆମଦାନୀ ହୋଇଥିବା ଅସ୍ତ୍ରଶସ୍ତ୍ରରେ ଋଷିଆର ଅଂଶ ପ୍ରାୟ ୫୦ପ୍ରତିଶତ ଥିଲା । ୟୁକ୍ରେନ ଯୁଦ୍ଧ ମଧ୍ୟରେ ଉଭୟ ଚୀନ ଏବଂ ଭାରତ ଋଷଠାରୁ ତେଲ ଆମାଦାନୀ ବୃଦ୍ଧି କରିଛନ୍ତି । ଆମେରିକା ଏବଂ ପଶ୍ଚିମ ଦେଶ ଋଷିଆ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ଋଷିଆର ୟୁକ୍ରେନ ଉପରେ ଆକ୍ରମଣ ଭାରତର ମନୋଭାବ ନିରପେକ୍ଷ ରହିଛି । ଯୁଦ୍ଧର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚେଷ୍ଟା କରିଛନ୍ତି । ଶାନ୍ତି ସ୍ଥାପନ ପାଇଁ ଉଭୟ ଦେଶକୁ ଅନେକ ଥର ନିବେଦନ କରିଛନ୍ତି ।

Leave A Reply

Your email address will not be published.