Masthead

ସଲମାନ୍ ଗାଇଲେ ‘ମାନିକେ ମାଗେ ହିତେ’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଏଇ କିଛି ଦିନ ହେବ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଛି ଗୀତ ‘ମାନିକେ ମାଗେ ହିତେ’। ସେଲିବ୍ରିଟି ହୁଅନ୍ତୁ କି ସାଧାରଣ ଲୋକ ସମସ୍ତଙ୍କ ମୁହଁରେ ଏବେ ଏହି ଗୀତ । ବି-ଟାଉନର ଅନେକ କଳାକାର ମାନେ ବି ଏହି ଗୀତରେ ଅନେକ ସର୍ଟ ଭିଡିଓ କରି ସୋଶାଲ ମିଡିଆରେ ଭାଇରାଲ ହେଉଛନ୍ତି। ତେବେ ଏହି ଲିଷ୍ଟରେ ଯୋଡି ହୋଇଛି ବଲିଉଡର ଭାଇଜାନ ସଲମାନ ଖାନ୍। ସଲମାନଙ୍କ ମୁହଁରୁ ବି ଶୁଣିବାକୁ ମିଳିଛି ‘ମାନିକେ ମାଗେ ହିତେ’। ସେ ନିଜ ଅନ୍ଦାଜରେ ଏହି ଗୀତକୁ ଗାଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଟିଭି ରିଆଲିଟି ଶୋ’ ବିଗ୍‌ ବସ୍‌-୧୫ର ୱିକେଣ୍ଡ କା ବାର୍‌ ଏପିସୋଡ୍‌ରେ ସଲମାନ ଏହି ଗୀତ ଗାଇଥିବା ଦେଖିବାକୁ ମିଳିଛି । । ବିଗ୍‌ ବସ୍‌-୧୫ ସେଟ୍‌ରେ ୟୋହାନି ଏବଂ ସଲମାନ ଏକାଠି ନଜର ଆସି ଏହି ଗୀତକୁ ପୁଣି ଥରେ ଗାିଛନ୍ତି ।ତାଙ୍କୁ ଏହି ଗୀତ ଗାଇବା ଷ୍ଟାଇଲ୍‌ ଶିଖାଇଛନ୍ତି ଖୋଦ୍‌ ଏହି ଗୀତକୁ ଗାଇଥିବା ଶ୍ରୀଲଙ୍କାର ସିଙ୍ଗର ୟୋହାନି।ଏହା ବ୍ୟତୀର ବିଗ୍ ବସ୍ ର ୱେିକେଣ୍ଡ୍ କା ବାର୍ ରେ ସବୁ ପ୍ରତିଯୋଗୀ ମାନଙ୍କ କ୍ଲାସ୍ ନେଇଛନ୍ତି ସଲମାନ । ତା ସହ ଖୁବ୍ ମସ୍ତି କରିଥିବାର ମଧ୍ୟ ନଜର ଆସିଛନ୍ତି । ଖାସ୍ କରି ଶୋ’ ରେ ସବୁଠାରୁ ଆକର୍ଷଣୀୟ ଥିଲା ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତଙ୍କ ଏଣ୍ଟ୍ରି । ଗରିଲା କଷ୍ଟ୍ୟୁମ୍ ରେ ଏଣ୍ଟ୍ରି କରି ରାକ୍ଷୀ ଚମକାଇ ଦେଇଥିଲେ ସଲମାନଙ୍କୁ । ପରେ ଆରମ୍ଭ ହୋଇ ଯାଇଥିଲା ରକ୍ଷୀଙ୍କ ଏଣ୍ଟରଟେନମେଣ୍ଟ୍ ଡ୍ରାମା । ଶୋ ର ପ୍ରତିଯୋଗୀ ମାନଙ୍କୁ ମଧ୍ୟ କିଛି ଟିପ୍ ଦେଇଥିଲେ ରାକ୍ଷୀ । ତେବେ ବିଗ୍ ବସ୍ ହାଉସରେ ରାକ୍ଷୀଙ୍କ ଏଣ୍ଟ୍ରି ଖୁବ୍ ମଜାଦାର ଥିଲା । ଏବଂ ଆଗକୁ ବିଗ୍ ବସ୍ ସିଜିନ୍ ୧୫ରେ କଣ ସବୁ ଘଟୁଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା