Masthead

ସଲମାନ୍ ଗାଇଲେ ‘ମାନିକେ ମାଗେ ହିତେ’

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଏଇ କିଛି ଦିନ ହେବ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଛି ଗୀତ ‘ମାନିକେ ମାଗେ ହିତେ’। ସେଲିବ୍ରିଟି ହୁଅନ୍ତୁ କି ସାଧାରଣ ଲୋକ ସମସ୍ତଙ୍କ ମୁହଁରେ ଏବେ ଏହି ଗୀତ । ବି-ଟାଉନର ଅନେକ କଳାକାର ମାନେ ବି ଏହି ଗୀତରେ ଅନେକ ସର୍ଟ ଭିଡିଓ କରି ସୋଶାଲ ମିଡିଆରେ ଭାଇରାଲ ହେଉଛନ୍ତି। ତେବେ ଏହି ଲିଷ୍ଟରେ ଯୋଡି ହୋଇଛି ବଲିଉଡର ଭାଇଜାନ ସଲମାନ ଖାନ୍। ସଲମାନଙ୍କ ମୁହଁରୁ ବି ଶୁଣିବାକୁ ମିଳିଛି ‘ମାନିକେ ମାଗେ ହିତେ’। ସେ ନିଜ ଅନ୍ଦାଜରେ ଏହି ଗୀତକୁ ଗାଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଟିଭି ରିଆଲିଟି ଶୋ’ ବିଗ୍‌ ବସ୍‌-୧୫ର ୱିକେଣ୍ଡ କା ବାର୍‌ ଏପିସୋଡ୍‌ରେ ସଲମାନ ଏହି ଗୀତ ଗାଇଥିବା ଦେଖିବାକୁ ମିଳିଛି । । ବିଗ୍‌ ବସ୍‌-୧୫ ସେଟ୍‌ରେ ୟୋହାନି ଏବଂ ସଲମାନ ଏକାଠି ନଜର ଆସି ଏହି ଗୀତକୁ ପୁଣି ଥରେ ଗାିଛନ୍ତି ।ତାଙ୍କୁ ଏହି ଗୀତ ଗାଇବା ଷ୍ଟାଇଲ୍‌ ଶିଖାଇଛନ୍ତି ଖୋଦ୍‌ ଏହି ଗୀତକୁ ଗାଇଥିବା ଶ୍ରୀଲଙ୍କାର ସିଙ୍ଗର ୟୋହାନି।ଏହା ବ୍ୟତୀର ବିଗ୍ ବସ୍ ର ୱେିକେଣ୍ଡ୍ କା ବାର୍ ରେ ସବୁ ପ୍ରତିଯୋଗୀ ମାନଙ୍କ କ୍ଲାସ୍ ନେଇଛନ୍ତି ସଲମାନ । ତା ସହ ଖୁବ୍ ମସ୍ତି କରିଥିବାର ମଧ୍ୟ ନଜର ଆସିଛନ୍ତି । ଖାସ୍ କରି ଶୋ’ ରେ ସବୁଠାରୁ ଆକର୍ଷଣୀୟ ଥିଲା ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତଙ୍କ ଏଣ୍ଟ୍ରି । ଗରିଲା କଷ୍ଟ୍ୟୁମ୍ ରେ ଏଣ୍ଟ୍ରି କରି ରାକ୍ଷୀ ଚମକାଇ ଦେଇଥିଲେ ସଲମାନଙ୍କୁ । ପରେ ଆରମ୍ଭ ହୋଇ ଯାଇଥିଲା ରକ୍ଷୀଙ୍କ ଏଣ୍ଟରଟେନମେଣ୍ଟ୍ ଡ୍ରାମା । ଶୋ ର ପ୍ରତିଯୋଗୀ ମାନଙ୍କୁ ମଧ୍ୟ କିଛି ଟିପ୍ ଦେଇଥିଲେ ରାକ୍ଷୀ । ତେବେ ବିଗ୍ ବସ୍ ହାଉସରେ ରାକ୍ଷୀଙ୍କ ଏଣ୍ଟ୍ରି ଖୁବ୍ ମଜାଦାର ଥିଲା । ଏବଂ ଆଗକୁ ବିଗ୍ ବସ୍ ସିଜିନ୍ ୧୫ରେ କଣ ସବୁ ଘଟୁଛି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା