Masthead

୨୩ ବର୍ଷ ଭିତରେ ଶାସନର ଗୋଲାପୀ ଚିତ୍ର ଦେଖାଇଛନ୍ତି ସରକାର : ସମୀର ମହାନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ରାଜ୍ୟ ସରକାରଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାକୁ ନେଇ ବିଜେପିର ଅଭିଯୋଗ । ପ୍ରେସମିଟ କରି ବିଜେଡି ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତ ଏ ଯୋଜନାର କ’ଣ ହେବ । ପୂର୍ବରୁ ହୋଇଥିବା ଯୋଜନାର କ’ଣ ହେଲା ତାହା ସମସ୍ତେ ଜାଣନ୍ତି । ଏବେ ସେ ଯୋଜନା ଗୁଡିକର ସ୍ଥିତି କ’ଣ । ଏହାପରେ ଓଡ଼ିଶାକୁ କେଉଁ ନାଁରେ ଚିତ୍ରଣ କରାଯିବ ତାହା ଦେଖିବା ବାକି ରହିଲା । ୨୦୧୯ରେ ଅନେକ ଯୋଜନା ଘୋଷଣା କରିଥିଲେ । ୨୩ ବର୍ଷ ଭିତରେ ଶାସନର ଗୋଲାପୀ ଚିତ୍ର ଦେଖାଇଛନ୍ତି ।

ତଥ୍ୟ, ପରିସଂଖ୍ୟାନ ଓ ଯୋଜନାକୁ ସଂଶୋଧିତ କରି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା କରାଯାଇଛି ବୋଲି ଅଭିଯୋଗ କରିଛି ବିଜେପି । ପୂର୍ବରୁ ଆମ ଗାଆଁ ଆମ ବିକାଶ ଯୋଜନା କରିଥିଲେ । ଏହା ତାହାର ନୂଆ ଭର୍ସନ । ଆମ ଗାଁ ଆମ ବିକାଶ ଯୋଜନାରେ ମୁଖ୍ୟମନ୍ତ୍ରୀ ସିଧାସଳଖ ଭାବେ ଗ୍ରାମବାସୀ ଓ ଗ୍ରାମ ପଞ୍ଚାୟତର ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକୁ ସଚିବାଳୟରେ ବସି ଅନୁମୋଦନ କରୁଥିଲେ । ଏବଂ ସପ୍ତାହକୁ ୨ ଦିନ ଭର୍ଚୁଆଲ ମାଧ୍ୟମରେ ଉପସ୍ଥାପନ କରୁଥିଲେ ।

ହେଲେ ୫୦ ପ୍ରତିଶତରୁ ଅଧିକ କାମ ହୋଇନି । ପିଠା, ବିଜୁ ଗାଁ ଗାଡି, ମୋ ସାଇକେଲ, ଆଦି ଯୋଜନା ଗୁଡ଼ିକ ଯୋଜନା ଭିତରେ ସୀମିତ ଅଛି ନା କିଛି ହୋଇଛି । ଏ ହେଉଛି ମୌଳିକ ପ୍ରଶ୍ନ । ଆମ ଓଡ଼ିଶା ନବୀନ ଓଡ଼ିଶା ଆମ ଗାଁ ଆମ ବିକାଶ ଯୋଜନାର ନୂଆ ଭର୍ସନ ବୋଲି କହିଲା ବିଜେପି । ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି ସଂଗ୍ରହର ମାଧ୍ୟମ ଏହି ଯୋଜନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ