Masthead

ଜନ ଶୁଣାଣି ନାଁ ରେ ଜନସଭା କରୁଛନ୍ତି: ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ୫ଟି ସଚିବଙ୍କ ୨୦ ଟି ଜିଲ୍ଲା ଗସ୍ତ ପରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାକୁ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ କହିଛନ୍ତି ଏହା ଜମା ବି ଜନ ଶୁଣାଣି ନୁହେଁ ଜନସଭା । ବ୍ୟକ୍ତିଗତ ସଚିବ ଜନସଭାକୁ ନେଇ ବିବାଦ ବାଢିବାରୁ ଜନ ଶୁଣାଣି ନାଁ ରେ ୟୁ ଟର୍ନ ମାରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବିଡ଼ିଓ ଙ୍କଠୁ ନେଇ ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ସୋମବାର ଅଭିଯୋଗ ଶୁଣାଣି କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବି ଅଛି ତେବେ ବର୍ତ୍ତମାନ ପୁଣି ଏହି ଜନ ଶୁଣାଣିର କ’ଣ ଆବଶ୍ୟକ ପଡ଼ିଲା । ଯଦି ଇମିଡିଏଟ ସମସ୍ୟାର ସମାଧାନ ହେଉଛି ତେବେ ପୂର୍ବରୁ କ’ଣ ହେଉଥିଲା । ୫ଟି ସଚିବ ଗଲେ ଯଦି ତୁରନ୍ତ ସମାଧାନ ହେଇ ଯାଉଛି ତେବେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗଲେ କ’ଣ ହେଉଥିଲା ବୋଲି ପ୍ରଶ୍ନ କଲେ ସାଲୁଜା । ୫ଟି ସଚିବ ଜନ ଶୁଣାଣିରେ ଯାଉ ନାହାଁନ୍ତି ବରଂ ନିର୍ବାଚନ ସଭା କରିବାକୁ ଯାଉଛନ୍ତି ।

ଭୋଟ ପ୍ରଚାର କେମିତି ହେବ, କେଉଁ କାମ ବାକି ଅଛି, କଣ ନୂଆ ଘୋଷଣା କରିବା ଦରକାର, ଏବଂ ବିଧାୟକ ଓ ସାଂସଦ ଟିକେଟ କାହାକୁ ଦେଲେ ଜିତିବ ସେ ସବୁ ଫିଡ଼ ବ୍ୟାକ ନେଇ ସେ ଫେରୁଛନ୍ତି । ଏହା ଦ୍ୱାରା ରାଜ୍ୟର କିଛି ବି ଉନ୍ନତି ହେବନି । ଜନ ଶୁଣାଣି ନାଁ ରେ ଜନ ସଭା କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି