Masthead

ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କମ୍ପାନୀ ଗୁଡ଼ିକ ଅନ୍ତର୍ଜାତୀୟ ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି କରିଛନ୍ତି। ବ୍ଲୁମବର୍ଗ ପକ୍ଷରୁ ଏକ ରିପୋର୍ଟରେ ଏହା କୁହାଯାଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ହରମୁଜ ପ୍ରଣାଳି ଦେଇ ତୈଳ ପରିବହନ ପ୍ରଭାବିତ ହୋଇଛି। ଆଉ ଫଳରେ ଅଶୋଧିତ ତୈଳଦର ଓ ଜେଟ୍ ଇନ୍ଧନ ମୁଲ୍ୟ ବୃଦ୍ଧି ହେବାରେ ଲାଗିଛି। ଏହାର ପ୍ରଭାବ ବିଶ୍ବ ବିମାନ ଶିଳ୍ପ ଉପରେ ଦେଖାଦେଇଛି। ରିପୋର୍ଟ କହିଛି ଯେ, ଭାରତୀୟ ବିମାନ କମ୍ପାନୀମାନେ ଟିକେଟ୍ ଦର ଆଗକୁ ଆହୁରି ବଢ଼ାଇ ପାରନ୍ତି।

ମଧ୍ୟପ୍ରାଚ୍ୟରେ ଚାଲୁଥିବା ସଂଘର୍ଷ କାରଣରୁ ବିମାନ ଇନ୍ଧନ(ATF) ମୂଲ୍ୟ ବହୁ ବଢିଯାଇଛି । ଏହି କାରଣରୁ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ୧୨ମାର୍ଚ୍ଚରୁ ପ୍ରତି ଘରୋଇ ବିମାନ ଟିକେଟରେ ୩୯୯ଟଙ୍କାର ଅତିରିକ୍ତ ଇନ୍ଧନ ଶୁଳ୍କ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ତର୍ଜାତୀୟ ଉଡ଼ାଣ ପାଇଁ ମଧ୍ୟ ଚାର୍ଜ ବଢାଯିବ । ଏୟାରଲାଇନ ମଙ୍ଗଳବାର ଜାରି କରିଥିବା ବୟାନରେ କହିଛି କି ନୂଆ ଚାର୍ଜ ପ୍ରଣାଳୀ ଧିରେ ଧିରେ ଲାଗୁ କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୨ମାର୍ଚ୍ଚରୁ ଘରୋଇ ଉଡ଼ାଣ ଏବଂ ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସଂଘ (SAARC) ଦେଶ ଗୁଡ଼ିକୁ ଯାଉଥିବା ବିମାନରେ ପ୍ରତି ଟିକେଟରେ ୩୯୯ଇନ୍ଧନ ଶୁଳ୍କ ଯୋଡ଼ାଯିବ।

ବୟାନରେ କୁହାଯାଇଛି କି ପଶ୍ଚିମ ଏସିଆର ଉଡ଼ାଣ ପାଇଁ ସରଚାର୍ଜ ୧୦ଡଲାର, ଆଫ୍ରିକା ଲାଗି ୯୦ଡଲାର ଏବଂ ଦକ୍ଷିଣ- ପୂର୍ବ ଏସିଆ ଲାଗି ୬୦ଆମେରିକା ଡଲାର ହେବ । ଏହି ସବୁ ପରିବର୍ତ୍ତନ ୧୨ମାର୍ଚ୍ଚରୁ ପ୍ରଭାବୀ ହେବ, ଯେଉଁଥିରେ ସିଙ୍ଗାପୁରର ଉଡ଼ାଣ ବି ସାମିଲ ରହିଛି । ବର୍ତ୍ତମାନ ସିଙ୍ଗାପୁର ସେବା ଉପରେ କୌଣସି ଇନ୍ଧନ ସରଚାର୍ଜ ନାହିଁ । ବୟାନରେ କୁହାଯାଇଛି କି, “ଏୟାର ଇଣ୍ଡିଆ ଗ୍ରୁପ ଆଜି ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟରେ ଇନ୍ଧନ ସରଚାର୍ଜରେ ପର୍ଯ୍ୟାୟକ୍ରମେ ବୃଦ୍ଧି ଘୋଷଣା କରିଛି, ଯାହା ଉପସାଗରୀୟ କ୍ଷେତ୍ରର ଭୂରାଜନୈତିକ ପରିସ୍ଥିତି ଯୋଗୁଁ ଜେଟ୍ ଇନ୍ଧନ ମୂଲ୍ୟରେ ତୀବ୍ର ବୃଦ୍ଧି ଯୋଗୁଁ ଆବଶ୍ୟକ”।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ