Masthead

ଦୋଷ ମୁକ୍ତ ହେଲେ ଶଶି ଥରୁର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସ ସାଂସଦ ଶଶୀ ଥରୁର ହେଲେ ଦୋଷ ମୁକ୍ତ । ଦିଲ୍ଲୀ କୋର୍ଟ ଶଶି ତରୁରଙ୍କୁ ସମସ୍ତ ଅଭିଯୋଗରୁ ଆଜି ମୁକ୍ତ କରିଛନ୍ତି । ସ୍ତ୍ରୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି ଥରୁର ଅଭିଯୋଗ ପରିସର ମଭଧ୍ୟକୁ ଆସିଥିଲେ । ଜାନୁଆରୀ ୧୭, ୨୦୧୪ରେ ସୁନନ୍ଦାଙ୍କର ଏକ ବଡ଼ ହୋଟେଲରେ ମୃତ୍ୟୁ ଘଟିଥିଲା । ଯେଉଁଠାରେ ଉଭୟ ଶଶି ଥରୁର ଓ ସୁନନ୍ଦା ରହିଥିଲେ । ମୃତ୍ୟୁର କିଛି ଦିନ ପୂର୍ବରୁ ସନ୍ନ। ଅଭିଯୋଗ କରିଥିଲେ ଯେ, ଶଶି ଥରୁରଙ୍କର ଏକ ପାକିସ୍ତାନୀ ମହିଳା ସାମ୍ବାଦିକଙ୍କ ସହ ସମ୍ପର୍କ ରହିଛି ବୋଲି ।

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ପୁଲିସ ତଦନ୍ତ କରି ଥରୁରଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ମଧ୍ୟ ଆଣିଥିଲା। କିନ୍ତୁ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଅନୁଯାୟୀ ପୁଲିସ ଏ ସଂକ୍ରାନ୍ତରେ ଦାୟର କରିଥିବା ଚାର୍ଜସିଟରେ ଏହାର ପ୍ରମାଣ ନାହିଁ। ଶଶୀ ଥରୁରଙ୍କ ପକ୍ଷରୁ ହାଜର ହୋଇ ଓକିଲ ବିକାଶ ପହ୍ୱା କହିଥିଲେ ସୁନନ୍ଦା ପୁଷ୍କର ମୃତ୍ୟୁ ସମ୍ପର୍କରେ ପୋଷ୍ଟମର୍ଟମ ରିପୋର୍ଟ ଏବଂ ତିନୋଟି ଭିନ୍ନ ଲ୍ୟାବରେ ଭିସେରାର ଫୋରେନସିକ୍ ଯାଞ୍ଚ ରିପୋର୍ଟକୁ ଦର୍ଶାଇଥିଲେ।

କୌଣସି ରିପୋର୍ଟରେ ମୃତ୍ୟୁର ପ୍ରକୃତ କାରଣ ବିଷୟରେ ଉଲ୍ଲେଖ କରାଯାଇ ନାହିଁ। ଯାହା ବି ତାଙ୍କ ମହକିଲଙ୍କ ବିରୋଧରେ ଅଭିଯୋଗ ରହିଛି ତାହା କେବଳ କଳ୍ପନା ଜଳ୍ପନାରେ ସୀମିତ। ଏହାପରେ କୋର୍ଟ ସମସ୍ତ ପ୍ରମାଣକୁ ଦେଖିବା ପରେ ଥରୁରଙ୍କୁ ଅଭିଯୋଗମୁକ୍ତ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ