Masthead

ଭାରତରେ ଲଂଚ ହେଲା ଭିଭୋ ୱାଇ୫୧(୨୦୨୦)

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭିଭୋ ଇଣ୍ଡିଆ ଏହାର ନୂତନ ସ୍ମାର୍ଟଫୋନ ଭିଭୋ ୱାଇ୫୧ ଭାରତରେ ଲଂଚ କରିଛି । ଏହା ପୂର୍ବରୁ ଇଣ୍ଡୋନେସିଆ ଏବଂ ପାକିସ୍ତାନରେ ଭିଭୋ ୱାଇ୫୧ ଲଂଚ କରାଯାଇଛି । ଫୋନର ଓଜନ ୧୮୮ ଗ୍ରାମ । ଏଥିରେ ୫ହଜାର ଏମ୍ଏଚ୍ ବ୍ୟାଟେରୀ ସହ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଅଛି । ଏହି ଫୋନ ୧୮ ୱାଟ ଫାଷ୍ଟ ଚାର୍ଜିଂକୁ ସମର୍ଥନ କରେ । ଭିଭୋ ୱାଇ୫୧ ୧୭ହଜାର ୯୯୦ ଟଙ୍କା ମୂଲ୍ୟରେ ଭାରତୀୟ ବଜାରରେ ଲଂଚ ହୋଇଛି । ଏହି ମୂଲ୍ୟରେ ୮ଜିବି ର୍ୟାମ ସହ ୧୨୮ଜିବି ଷ୍ଟୋରେଜ୍ ଉପଲବ୍ଧ ହେବ । ଏହି ଫୋନ ଟାଇଟାନିୟମ୍ ନୀଳମଣି ଏବଂ କ୍ରିଷ୍ଟାଲ ସିମ୍ଫୋନୀ ରଙ୍ଗ ଭାରିଆଣ୍ଟରେ କିଣାଯାଇପାରିବ । ଫ୍ଲିପକାର୍ଟ, ଆମାଜନ ଏବଂ ଭିଭୋ ଇଣ୍ଡିଆର ଅନଲାଇନ୍ ଷ୍ଟୋରରୁ ଫୋନର ବିକ୍ରି ଆରମ୍ଭ ହୋଇଛି । ଫୋନ ସହ ୭ହଜାର ଟଙ୍କା ଲାଭ ଜିଓ ପ୍ରଦାନ କରୁଛି ।

ଭିଭୋ ୱାଇ୫୧ ରେ ୬.୫୮ ଇଂଚ ଫୁଲ ଏଚଡି ପ୍ଲସ ଏଲସିଡି ଡିସପ୍ଲେ ରହିଛି, ଯାହାର ସ୍କ୍ରିନ୍ ରେଜୋଲ୍ୟୁସନ ୧୦୮୦x୨୪୦୮ ପିକ୍ସେଲ । ଏହି ସ୍ମାର୍ଟଫୋନ୍ ଆଣ୍ଡ୍ରଏଡ୍ ୧୦ ଆଧାରିତ ଫଣ୍ଟୁଚ୍ ଅପରେଟିଂ ସିଷ୍ଟମ୍ ୧୦ରେ କାମ କରେ । ଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୬୬୫ ଏସଓସି ସଂଚାଳକ ଦିଆଯାଇଛି । ମାଇକ୍ରୋ ଏସଡିକାର୍ଡ ମାଧ୍ୟମରେ ୧ ଟିବି ପଯ୍ୟନ୍ତ ବିସ୍ତାର କରିପାରିବେ । ଭିଭୋର ଏହି ଫୋନରେ ତିନୋଟି ପଛ କ୍ୟାମେରା ଦିଆଯାଇଛି, ଯାହାର ମୁଖ୍ୟ ଲେନ୍ସ ୪୮ ମେଗାପିକ୍ସେଲ ଏବଂ ଏହାର ଆପେଚର ଏଫ୍/୧.୭୯ । ଦ୍ୱିତୀୟ ଲେନ୍ସ ୮ ମେଗାପିକ୍ସେଲ ଅଲ୍ଟ୍ରା ୱାଇଡ ଆଙ୍ଗଲ ଏବଂ ତୃତୀୟ ଲେନ୍ସ ୨ ମେଗାପିକ୍ସେଲ । ଏହି ଫୋନରେ ୧୬ ମେଗାପିକ୍ସେଲ ସେଲଫି କ୍ୟାମେରା ରହିଛି । ଫୋନରେ ୱାଇ-ଫାଇ, ବ୍ଲୁଟୁଥ୍ ୫.୦, ଇଉଏସବି ଟାଇପ୍-ସି ପୋର୍ଟ, ଓଟିଜି, ରେଡିଓ ଏବଂ ସାଇଡ୍ ମାଉଣ୍ଟେଡ୍ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ