ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପଛରେ ଛାତ୍ର ସଙ୍ଗଠନର ହାତ! ଛାତ୍ର ସଙ୍ଗଠନ ସୌମ୍ୟାଶ୍ରୀଙ୍କୁ ଦେଉଥିଲେ ମାନସିକ ଚାପ । ଏଚଓଡି ସମୀର ସାହୁଙ୍କ ସପକ୍ଷରେ ବାହାରିଲେ ଛାତ୍ର ସଙ୍ଗଠନ । ସୌମ୍ୟାଶ୍ରୀଙ୍କ ବିପକ୍ଷରେ ପ୍ରସ୍ତୁତ ହୋଇଥିଲା ଅଭିଯୋଗ । ଏଚଓଡି ଓ ପ୍ରିନ୍ସପାଲଙ୍କ ସପକ୍ଷରେ ବାହାରିଥିଲେ ନିର୍ଦ୍ଦିଷ୍ଟ ଛାତ୍ର ସଙ୍ଗଠନ ।
ଏଫ୍ ଏମ୍ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ପଛରେ ରହିଛି କି କୌଣସି ଏକ ଛାତ୍ର ସଂଗଠନ ହାତ , ସୌମ୍ୟାଶ୍ରୀଙ୍କୁ ଦେଉଥିଲେ ମାନସିକ ଚାପ , କଲେଜର ଏଚଓଡି ସମୀର ସାହୁଙ୍କ ସପକ୍ଷରେ ଯାଇ ଛାତ୍ରୀ ସୌମ୍ୟାଶ୍ରୀଙ୍କ ବିପକ୍ଷରେ ପ୍ରସ୍ତୁତ କରାଯାଇଥିଲା ଅଭିଯୋଗ ଓ ଶତାଧିକ ସିଗ୍ନେଚର୍ , ଯେଉଁ ଅଭିଯୋଗ ଫର୍ଦ୍ଦ ଏବେ ଲାଗିଛି ଗଣଧ୍ୟାମ ହାତରେ ।
ଏ ଅଭିଯୋଗର ଫର୍ଦ୍ଦ ସୋମ୍ୟାଶ୍ରୀଙ୍କୁ ମାରିବାକୁ ବାଧ୍ୟ କରୁନଥିଲେ କି ଏ ଛାତ୍ର ସଂଗଠନ । ତେବେ ଏଭଳି ଷଡ଼ଯନ୍ତ୍ର ପଛରେ କଲେଜ ଏଚଓଡି ସମୀର ନା ପ୍ରିନ୍ସିପାଲ ଯାହା ତଦନ୍ତ ହେବା ହେବା ଆବଶ୍ୟକ । ଏ ସଂଗଠନ ମାନେ କାହା ପ୍ରରୋଚନାରେ ସୋମ୍ୟାଶ୍ରୀଙ୍କ ବିରୋଧରେ ମାରିଥିଲେ ଯାହା ବଡ଼ ପ୍ରଶ୍ନ ସୃଷ୍ଟି କରୁଛି ।
