Masthead

ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସରେ ଆଜି ଆସିବ ସୁଭଦ୍ରା କିସ୍ତି । ହିତାଧିକାରୀଙ୍କ ଆକାଣ୍ଟକୁ ଯିବ ଯୋଜନାର ଚତୁର୍ଥ କିସ୍ତି । ଉପକୃତ ହେବେ ରାଜ୍ୟର କୋଟିଏ ୨ ଲକ୍ଷରୁ ଅଧିକ ମହିଳା । ତାଲିକାରେ ଯୋଡ଼ିହେବେ ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀ। ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କ ଖାତାକୁ ଯିବ ସୁଭଦ୍ରା କିସ୍ତି। ସୁଭଦ୍ରା ଯୋଜନାର ୪ର୍ଥ କିସ୍ତିରେ ୫ ହଜାର ଟଙ୍କା ଲେଖାଏ ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକକାଳୀନ ୫ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।

ମୋଟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ। ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀଙ୍କୁ ମଧ୍ୟ ମିଳିବ ସୁଭଦ୍ରା କିସ୍ତି । ପୁରୀର ତାଳବଣିଆଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏଥିପାଇଁ ତାଳବଣିଆ ପଡ଼ିଆରେ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସହ ପୁରୀ ଜିଲ୍ଲାର ବିଧାୟକ ମାନେ ମଧ୍ୟ ଯୋଗ ଦେବେ। ପୁରୀ ଜିଲ୍ଲାର ପ୍ରାୟ ୨୦ ହଜାର ମହିଳା ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଓ ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ 🔴 ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି 🔴 ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ପରୀକ୍ଷାକୁ ଯାଉଥିବା କଲେଜ ଛାତ୍ରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ 🔴 ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ, ଟାର୍ଗେଟରେ ତୈଳକ୍ଷେତ୍ର 🔴 ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା 🔴 ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ଭାରତ ଓ ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ 🔴 ଆଜି ଆସିବ ସୁଭଦ୍ରା ଚତୁର୍ଥ କିସ୍ତି 🔴 ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ପରୀକ୍ଷାକୁ ଯାଉଥିବା କଲେଜ ଛାତ୍ରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ 🔴 ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ, ଟାର୍ଗେଟରେ ତୈଳକ୍ଷେତ୍ର 🔴 ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା 🔴 ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ