Masthead

ସମୁଦ୍ରର ଅତଳ ଗଭୀରରୁ ଆସୁଛନ୍ତି ଏଲିଏନ!

(ବଡ଼ ଖବର ବ୍ୟୁରୋ): ଏଲିଏନ । ଏହାକୁ ନେଇ ବିଭିନ୍ନ ସମୟରେ ବହୁ ପ୍ରକାର ଆଲୋଚନା ଚର୍ଚ୍ଚା ଚାଲିଥାଏ । ଏଲିଏନ ମାନଙ୍କର ଉପସ୍ଥିତି ସତରେ ଅଛି କି ନାଁ, କେଉଁଠାରୁ ଆସୁଛନ୍ତି ଏହି ଏଲିଏନ ଏହାକୁ ନେଇ ଅନେକ ସମୟରେ ବହୁ ଆକଳନ କରାଯାଇଥାଏ । ତେବେ ଏଲିଏନ ମାନେ ଲଗାତାର ୟୁଏଫଓ ଦ୍ୱାରା ପୃଥିବୀକୁ ଆସୁଥିବା ବିଭିନ୍ନ ସମୟରେ କୁହାଯାଇଥାଏ । ଇଣ୍ଟରନ୍ୟାସନାଲ କୋଆଲିଶନ ଫର ଏକ୍ସଟ୍ରାଟେରିଷ୍ଟ୍ରିଅଲ ରିସର୍ଚ୍ଚର ଏକ ରିପୋର୍ଟ ଏବେ ଆଲୋଚନାର ବିଷୟ ପାଲଟିଛି । ଆଇସିଇଆର ଦାବି କରିଛି ଯେ, ଏଲିଏନ ଅର୍ଥାତ ଅନ୍ୟ ଗ୍ରହର ପ୍ରାଣୀ ମହାକାଶ ନୁହେଁ ବରଂ ସମୁଦ୍ରରୁ ହିଁ ୟୁଏଫଓ ମାଧ୍ୟମରେ ପୃଥିବୀକୁ ଆସିଥାନ୍ତି ।

ଏହି ରିପୋର୍ଟରେ ଆମେରିକା ନୌସେନା ଗତ ୨୦ବର୍ଷ ଧରି ୧୨୦ରୁ ଅଧିକ ତର ଆକାଶରେ ୟୁଏଫଓ ଉଡ଼ୁଥିବା ଦେଖିଛନ୍ତି ବୋଲି କୁହାଯାଇଛି । ଏହି ଘଟଣା ଉପରେ ବିଶ୍ଲେଷଣ କରିଥିବା ଉପାଧ୍ୟକ୍ଷ ତଥା ପୂର୍ବତନ ପୋଲିସ ଅଧିକାରୀ ଗୈରି ହେସେଲ୍ଟାଇନ କହିଛନ୍ତି । ସେ ରୟାଲ ଏୟାର ଫୋର୍ସ ପୋଲିସରେ ଦିର୍ଘ ୬ବର୍ଷ କାମ କରିବା ବେଳେ ବହୁ ଅଭିଜ୍ଞତା ହାସଲ କରିଛନ୍ତି । ତେବେ ଆମେରିକା ନୌସେନା ଉପରେ ଘୁରିବୁଲୁଥିବା ୟୁଏଫଓ ଏଲିଏନ ପ୍ରକୃତରେ ମହାକାଶ ବା ସମୁଦ୍ରରୁ ଆସୁଛନ୍ତି ତାହା ପ୍ରମାଣିତ କରିବାକୁ ସକ୍ଷମ । ତେବେ ଅଥଳ ସମୁଦ୍ର ମଧ୍ୟରେ ଏଲିଏନମାନଙ୍କ ୟୁଏଫଓ ବେସ ହେବାର ବେସ ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ମହାକାଶ ତୁଳନାରେ ଆଧୁନିକ ମଣିଷ ମହାସାଗର ବିଷୟରେ ଖୁବ କମ ଅର୍ଥାତ ମୋଟ ୫% ତଥ୍ୟ ଜାଣିଛି । ତେଣୁ ସମୁଦ୍ର ମଧ୍ୟରେ ହିଁ ୟୁଏଫଓ ବେସ ରହିଥିବା ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ