Masthead

ହିଣ୍ଡେନବର୍ଗ ବିରୋଧରେ ସୁପ୍ରିମ ଶୁଣାଣି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ହିଣ୍ଡେନବର୍ଗ ରିପୋର୍ଟ ବିରୋଧରେ ଶୁଣାଣି । ଆଦାନୀ ଗ୍ରୁପ ଉପରେ ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ବିରୋଧରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ଶୁକ୍ରବାର ଏହାର ଶୁଣାଣି କରାଯିବ ।ଗୌତମ ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟ ଦୋହଲି ଯାଇଥିବା ବେଳେ ତାଙ୍କ ବିରୋଧରେ ତଦନ୍ତ କରିବାକୁ ବିଭୀନ୍ନ ମହଲରେ ଦାବି ହୋଇଛି । ବିରୋଧୀ କଂଗ୍ରସ ସମେତ ଅନେକ ଦଳ ଓ ସଂସ୍ଥା ଆଦାନୀ ଗ୍ରୁପ ବାବଦରେ ତଦନ୍ତ କରିବାକୁ ଦାବି କରିଛନ୍ତି ।

ଆଇନଜୀବୀ ବିଶାଲ ତିୱାରୀଙ୍କ ପକ୍ଷରୁ ହିଣ୍ଡେନବର୍ଗ ରିପୋର୍ଟ ବିରୋଧରେ ତଦନ୍ତ ପାଇଁ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରାଯାଇଥିଲା । ତୁରନ୍ତ ଏହି ଘଟଣାର ଶୁଣାଣି କରିବାକୁ ଅନୁରୋଧ କରିଥିଲେ ଆଇନଜୀବୀ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିବାକୁ ଅନୁରୋଧ କରାଯାଇଥିଲା । ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ବିରୋଧରେ ୨ଟି ପିଟିସନ୍ ଦାଖଲ ହୋଇଥିଲା । ଅନ୍ୟଟି ଆଇନଜୀବୀ ଏମଏଲ ଶର୍ମା ଦାଖଲ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ