Masthead

ସୁପ୍ରିମକୋର୍ଟ: ଶାଶୁ ଘରେ ମହିଳା ଆଘାତ ହେଲେ ସ୍ୱାମୀ ଦାୟୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଶାଶୁ ଘରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନକୁ ବଢିବାରେ ଲାଗିଛି । ସେ ଯୌତୁକ ନିର୍ଯାତନା ହେଉ କିମ୍ବା ମାନସିକ ନିର୍ଯାତନା, ପ୍ରତ୍ୟେକ ଦିନ ଶାଶୁଘରେ ନିର୍ଯାତିତ ହୁଅନ୍ତି ମହିଳାମାନେ । କିନ୍ତୁ ଏବେ ଶାଶୁ ଘରେ ମହିଳାଙ୍କ ପ୍ରତି କୌଣସି ପ୍ରକାର ଶାରୀରିକ ଆଘାତ ହେଲେ, ସେଥିପାଇଁ ସ୍ୱାମୀ ହିଁ ଦାୟୀ ରହିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଯଦି କୌଣସି ସମ୍ପର୍କୀୟଙ୍କ ଦ୍ୱାରା ମଧ୍ୟ ଆଘାତ ପଂହଚାଯାଏ ତେବେ ସ୍ୱାମୀ ମଧ୍ୟ ଦାୟୀ ରହିବେ ବୋଲି ଏକ ମାମଲାର ଶୁଣାଣି କରି ସବୋର୍ଚ୍ଚ ଅଦାଲତ ଟିପ୍ପଣୀ କରିଛନ୍ତି । ଏଥି ସହିତ ଗିରଫକୁ ଏଡ଼ାଇବା ଲାଗି ଆଗୁଆ ଜାମିନ ଲୋଡ଼ିଥିବା ସ୍ୱାମୀଙ୍କ ଆବେଦନକୁ ଅଦାଲତ ଖାରଚ କରିଦେଇଛନ୍ତି ।

୨୦୧୭ ବିବାହିତ ଲୁଧିଆନାର ଏହ ଦମ୍ପତିଙ୍କର ୨୦୧୮ରେ ଏକ ସନ୍ତାନ ଜନ୍ମ ନେଇଥିଲା । ସ୍ୱାମୀ ସମେତ ଶାଶୁ ଓ ଶ୍ୱଶୁର ତାଙ୍କୁ ଯୌତୁକ ନିର୍ଯାତନା ଦେଇ ମାରଧର କରିଥିଲେ ବୋଲି ଗତବର୍ଷ ଜୁନରେ ସେ ପୋଲିସକୁ ଜଣାଇଥିଲେ । ତାଙ୍କ ସ୍ୱାମୀ ମଧ୍ୟ ତାଙ୍କୁ ଜୀବନରୁ ମାରିଦେବାକୁ ପ୍ରୟାସ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ । ତେବେ ଏହି ମାମଲାରେ ପଞ୍ଜାବ ଓ ହରିଆଣା ହାଇକୋର୍ଟ ଅଭିଯୁକ୍ତ ସ୍ୱାମୀଙ୍କୁ ଜାମିନ ଦେବାକୁ ମନା କରିଦେଇଥିବାବେଳେ ସେ ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ