Masthead

ମୀରାବାଇଙ୍କ ଉପରେ ହେବ ଫିଲ୍ମ

ଟୋକିଓ ଅଲିମ୍ପିକ୍ସରେ ଦେଶର ପ୍ରଥମ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁଙ୍କ ବାୟୋପିକରେ ପ୍ରସ୍ତୁତ ହେବାକୁ ଯାଉଛି ମନିପୁର ଭିତ୍ତିକ ଚଳଚ୍ଚିତ୍ର । ସେଟି ଫିଲ୍ମ ପ୍ରଡକ୍ସନ୍ କମ୍ପାନୀର ଚେୟାରମ୍ୟାନ୍ ମାନୋବି ଏମ୍ କହିଛନ୍ତି । ତେବେ ମିରବାଇ ଚାନୁଙ୍କ ଜୀବନର ଅନ୍ୟାନ୍ୟ ଘଟଣା ଉପରେ ଆଧାର କରି ଏକ ଫିଚର ଫିଲ୍ମ ନିର୍ମାଣ କରିବୁ ବୋଲି କମ୍ପାନୀର ଚେୟାରମ୍ୟାନ୍ କହିଛନ୍ତି । ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ମୀରାବାଇ ଓ ତାଙ୍କ ପରିବାରର ଏକ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି ।

ଏହି ଚଳଚ୍ଚିତ୍ରର ସ୍କ୍ରିନ୍ , ସ୍କ୍ରିପ୍ଟ ଏବଂ ସଂଳାପ ମନୋବି ଏମଏମ ଦ୍ୱାରା ଲେଖାଯିବ । ଏହାକୁ ଓସି ମେରା ନିର୍ଦ୍ଦେଶନା ଦେବେ ଏବଂ ଆର.କେ ନାଲିନୀ ଦେବୀ ପ୍ରସ୍ତୁତ କରିବେ। ସେହି ଚଳଚ୍ଚିତ୍ରରେ ମୀରାବାଇଙ୍କ ପିଲାଦିନ ଏବଂ ଗାଁରେ ତାଙ୍କ ଜୀବନ କିଭଳି ଥିଲା ତାହା ପ୍ରଦର୍ଶିତ ହେବ। ଭାରୋତ୍ତୋଳନରେ ତାଙ୍କର ପରିଚୟ ଏବଂ ତାଲିମ । ଜାତୀୟ ଏବଂ ଆନ୍ତର୍ଜାତୀୟ କାର୍ୟ୍ୟକ୍ରମରେ ଅଂଶଗ୍ରହଣ । ଟୋକିଓ ଅଲିମ୍ପିକ୍ସରେ ତାଙ୍କର ବିଜୟ । ଏହାରି ବିଷୟରେ ଫିଲ୍ମଟି ନିର୍ମାଣ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ