Masthead

ବିବାହ ଶେଭାଯାତ୍ରାରୁ ଉଠିଲା କଟକଣା

ଭୁବନେଶ୍ୱର (ବଡ଼ ଖବର): ଦୀର୍ଘ ୯ ମାସ ପରେ ବିବାହ ଶୋଭାଯାତ୍ରା ଉପରୁ ଉଠିଲା କଟକଣା । ବିବାହ ଉତ୍ସବରେ ସାମିଲ ହୋଇପାରିବେ ୨୦୦ ବରଯାତ୍ରୀ । ବାଜାବାଦ୍ୟ ଓ ନୃତ୍ୟଗୀତର ଶୋଭାଯାତ୍ରାରେ ସାମିଲ ହୋଇପାରିବେ ସାଙ୍ଗସାଥୀ ଓ ବନ୍ଧୁ ପରିଜନ । ରାଜ୍ୟ ସରକାରଙ୍କ ପକ୍ଷରୁ ବିବାହ ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ କେତେକ ପରିବର୍ତ୍ତନ କରାଯାଇଛି । ଶାସନ ସଚିବ ପ୍ରଦୀପ ଜେନା ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ପ୍ରଦୀପ ଜେନାଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ କରୋନା ମହାମାରୀ ପାଇଁ ପୂର୍ବରୁ ବାହାଘର ଶୋଭାଯାତ୍ରା ଉପରେ ଲାଗୁ କରାଯାଇଥିବା କଟକଣାକୁ ଓଡ଼ିଶା ସରକାର ପ୍ରତ୍ୟାହାର କରି ନେଇଛନ୍ତି ।

ବର୍ତ୍ତମାନ ପରିସ୍ଥିତିକୁ ଦେଖି ବିବାହରେ ବର, କନ୍ୟା, ପୁରୋହିତ, ବନ୍ଧୁ, ସମ୍ପର୍କୀୟ, ଅତିଥି, ବ୍ୟାଣ୍ଡ ପାର୍ଟି, ଲାଇଟ୍ ଏବଂ ସାଉଣ୍ଡ ସିଷ୍ଟମର ସଦସ୍ୟ ଅଂଶଗ୍ରହଣ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି । ବିବାହ ଉତ୍ସବରେ କୋଭିଡ କଟକଣା ନିୟମକୁ କଡ଼ାକଡ଼ି ପାଳନ କରାଯିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ସାନିଟାଇଜର ବ୍ୟବହାର, ହାତ ଧୋଇବା ଏବଂ ଥର୍ମାଲ୍ ସ୍କାନିଂର ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଉଭୟ ବର ଓ କନ୍ୟା ପକ୍ଷ କୋଭିଡ ନିୟମ ମାନି ବିବାହ ଆୟୋଜନ କରିବେ । ନିୟମ ଉଲ୍ଲଙ୍ଘନ କଲେ ଉଭୟ ବର ଓ କନ୍ୟା ପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ