Masthead

କରୋନା ହେତୁ ଦେଶରେ ହ୍ରାସ ପାଇଛି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ହ୍ରାସ ପାଇଛି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା । ଗୁରୁବାର ଦିନ ପ୍ରକାଶିତ ଡବ୍ଲୁଏଚଓର ୨୦୨୧ ଗ୍ଲୋବାଲ୍ ଟିବି ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ କୋଭିଡ୍-୧୯ ମହାମାରୀ ହେତୁ ୨୦୧୯ ରୁ ୨୦୨୦ ମଧ୍ୟରେ ଭାରତରେ ଯକ୍ଷ୍ମା ରୋଗର ରିପୋର୍ଟ ୪୧% ହ୍ରାସ ପାଇଛି। ଭାରତ, ଇଣ୍ଡୋନେସିଆ (୧୪%), ଫିଲିପାଇନ୍ସ (୧୨%) ଏବଂ ଚୀନ୍ (୮%) ଏହି ଶୀର୍ଷ ଚାରିଟି ଦେଶ ଯିଏକି ୨୦୧୯ ରୁ ୨୦୨୦ ମଧ୍ୟରେ ଯକ୍ଷ୍ମା ରିପୋର୍ଟ ହ୍ରାସ ପାଇଛି। ଏହି ଚାରୋଟି ସମେତ ପ୍ରାୟ ୧୬ ଟି ଦେଶରେ ଯକ୍ଷ୍ମା ରିପୋର୍ଟ ହ୍ରାସ ପାଇଥିବା ଜଣାପଡ଼ିଛି ।

ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସି ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ ଗତ ବର୍ଷ ସାରା ବିଶ୍ୱରେ ୧.୫ ମିଲିୟନ ଲୋକ ଜୀବାଣୁ ଜନିତ ରୋଗରେ ପ୍ରାଣ ହରାଇଥିଲେ । ଯାହା ୨୦୧୯ ରେ ୧.୪ ମିଲିୟନ ମୃତ୍ୟୁରୁ ସାମାନ୍ୟ ବୃଦ୍ଧି ପାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଏବଂ ଜାତୀୟ ସରକାରଙ୍କୁ ରିପୋର୍ଟ କରାଯାଇଥିବା ଲୋକଙ୍କ ସଂଖ୍ୟା ୨୦୨୦ ରେ ୫.୧ ମିଲିୟନକୁ ହ୍ରାସ ପାଇଛି। ୨୦୧୯ ରେ ଏହି ସଂଖ୍ୟା ୭.୧ ମିଲିୟନ ଥିବା ଡବ୍ଲୁଏଚଓ ଆକଳନ କରିଛି। ବର୍ତ୍ତମାନ ପ୍ରାୟ ୪.୧ ନିୟୁତ ଲୋକ ଯକ୍ଷ୍ମା ରୋଗରେ ପୀଡିତ କିନ୍ତୁ ଏହି ରୋଗରେ ଆକ୍ରାନ୍ତ ହୋଇ ନାହାଁନ୍ତି। ୨୦୧୯ ରେ ଏହି ସଂଖ୍ୟା ୨.୯ ମିଲିୟନରୁ ବୃଦ୍ଧି ପାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା