Masthead

ଅଗଷ୍ଟ ସୁଦ୍ଧା କରୋନା ମୁକ୍ତ ହେବ ବ୍ରିଟେନ!

ଲଣ୍ଡନ(ବଡ଼ ଖବର ବ୍ୟୁରୋ): ଅଗଷ୍ଟ ସୁଦ୍ଧା କରୋନା ମୁକ୍ତ ହେବ ବ୍ରିଟେନ । ଶୁକ୍ରବାର ଏପରି ମନ୍ତବ୍ୟ ରଖିଛନ୍ତି ଭ୍ୟାକ୍ସିନ ଟାସ୍କଫୋର୍ସର ମୁଖ୍ୟ କ୍ଲାଇଭ ଡିକ୍ସ । ସେ କହିଛନ୍ତି ଅଗଷ୍ଟ ସୁଦ୍ଧା ବ୍ରିଟେନରେ ଆଉ ନୂଆ ପ୍ରଜାତିର ଭୂତାଣୁ ସଂକ୍ରମଣ ହେବନି । ସଂକ୍ରମିତ ହେବା ନେଇ ଆଶଙ୍କା କରାଯାୁଥିବା ଲୋକମାନଙ୍କୁ ଏବର୍ଷ ଶେଷ ସୁଦ୍ଧା କେଉଁ ଟିକା ବୁଷ୍ଟର ଭାବେ ଦିଆଯିବ ତାହାର ଅନୁଧ୍ୟାନ ସରକାର କରୁଛନ୍ତି ।

ଜୁଲାଇ ଶେଷ ସୁଦ୍ଧା ଇଂଲଣ୍ଡର ସବୁ ଲୋକ ଥରେ ଟିକା ନେଇ ସାରିଥିବେ । ଆଉ ସେତେବେଳକୁ ଜନସାଧାରଣଙ୍କୁ ଆମେ ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ସମସ୍ତ ପ୍ରକାର ଭୂତାଣୁ କବଳରୁ ସୁରକ୍ଷା ଦେଇ ସାରିଥିବୁ । ଏପର୍ଯ୍ୟନ୍ତ ୫୧ ନିୟୁତରୁ ଅଧିକ ଡୋଜ ଟିକା ଦିଆ ସରିଲାଣି । ଦେଶର ପ୍ରାପ୍ତ ବୟସ୍କ ଲୋକଙ୍କୁ ଟିକା ଦେବାରେ ଇଂଲଣ୍ଡ ହେଉଛି ବିଶ୍ୱରେ ଦ୍ୱିତୀୟ ତ୍ୱରିତ ଦେଶ । ତେବେ ଯେଉଁମାନଙ୍କୁ ରକ୍ତଜମାଟ ବାନ୍ଧିବାର ସାମାନ୍ୟ ଆଶଙ୍କା ରହିଥିବା ୪୦ବର୍ଷରୁ କମ ବୟସ୍କ ବ୍ୟକ୍ତିବିଶେଷଙ୍କୁ ଅକ୍ସଫୋର୍ଡ଼ ଟିକାର ବିକଳ୍ପ ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ