ବଢ଼ୁଛି ସୁପର ଧନୀଙ୍କ ଧନ, ରସାତଳେ ଗରିବ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ ଧନୀ ନା ଗରିବ ଦେଶ । ଏହା ଆଜି ବି ଦ୍ୱନ୍ଦ୍ୱ ସୃଷ୍ଟି କରେ । ଭାରତରେ ଥିବା ଗରିବ ଲୋକଙ୍କ ଦୁର୍ଦ୍ଦଶା ଦେଖିଲେ ଭାରତ ଏକ ଗରିବ ରାଷ୍ଟ୍ର ବୋଲି ମନେ ହୁଏ । କିନ୍ତୁଧନୀ ଶ୍ରେଣୀର ଲୋକଙ୍କ ବିଳାସପୂର୍ଣ୍ଣ ଜୀବନ ଶୈଳୀକୁ ଦେଖିଲେ ଲାଗୁଛି ଭାରତରେ ଆଉ ଗରିବି ନାହିଁ । ବାସ୍ତବରେ ଦେଶରେ ଧନୀ ଲୋକ ମାନେ ଅଧିକ ଧନୀ ହେଉଥିବା ବେଳେ ଗରିବ ଲୋକ ଧୀରେ ଧୀରେ ଅଧିକ ଗରିବି ଆଡ଼କୁ ଗତି କରୁଛନ୍ତି ।

ନ୍ୟାସନାଲ ସାମ୍ପଲ ସର୍ଭେ ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ଏଭଳି ତଥ୍ୟ ଦର୍ଶାଯାଇଛି । ଏହି ରିପୋର୍ଟ ଅନୁସାରେ ଦେଶରେ ୧୦% ଧନୀ ଲୋକଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି ତାହା ଦେଶର ୫୦% ସମ୍ପତ୍ତିଠୁ ଅଧିକ । ଏବଂ ଦେଶର ୫୦% ଗରିବ ଲୋକଙ୍କ ପାଖରେ ଥିବା ସମ୍ପତ୍ତି ଦେଶର ୧୦% ସମ୍ପତ୍ତି ଠାରୁ କମ୍ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ନ୍ୟାସନାଲ ସାମ୍ପଲ ସର୍ଭେ ପକ୍ଷରୁ ୨୦୧୯ରେ ଦେଶର ଋଣ ବିନିଯୋଗକୁ ନେଇ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି । ଯାହାକି ଦେଶରେ ରହିଥିବା ଧନୀ ଗରିବଙ୍କ ମଧ୍ୟରେ ତାରତମ୍ୟକୁ ଦର୍ଶାଉଛି ।

୨୦୧୯ ଜାନୁଆରୀରୁ ଡିସେମ୍ବର ମାସରେ ଦେଶରେ ଲୋକଙ୍କ ପାଖରେ ଥିବା ସମ୍ପତ୍ତିର ଆକଳନ କରି ଏହି ରିପୋର୍ଟ ପ୍ରକାଶ କରାଯାଇଛି । ରିପୋର୍ଟ ଅନୁସାରେ ଦେଶର ଗ୍ରାମାଞ୍ଚଳରେ ୧୦% ଧନୀ ଲୋକଙ୍କ ପାଖରେ ୫୦.୮% ସମ୍ପତ୍ତି ରହିଥିବା ବେଳେ ସହରାଂଚଳରେ ୧୦% ଧନୀ ଲୋକଙ୍କ ପାଖରେ ରହିଛି ୫୫.୭% ସମ୍ପତ୍ତି । ଆଉ ଦେଶର ଗ୍ରାମାଞ୍ଚଳରେ ଥିବା ଗରିବଙ୍କ ସମ୍ପତ୍ତି ଦେଶର ୧୦.୨% ସମ୍ପତ୍ତି ସହ ସମାନ ହୋଇଥିବା ବେଳେ ସହରାଞ୍ଚଳରେ ଥିବା ସମ୍ପତ୍ତି ଠାରୁ ୬.୨% କମ ।

ଧନୀ ଗରିବଙ୍କ ମଧ୍ୟରେ ଥିବା ଏହି ତାରତମ୍ୟ ବିଶେଷ କରି ରାଜଧାନୀ ଦିଲ୍ଲୀ, ପଞ୍ଜାବ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଓ ହରିୟାଣାରେ ସବୁଠାରୁ ଅଧିକ ରହିଥିବା ବେଳେ ଜମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, ତାମିଲନାଡ଼ୁ, ଆସାମ, ତେଲେଙ୍ଗାନା ଓ ଓଡ଼ିଶାରେ ସବୁଠାରୁ କମ ରହିଛି ।

କରୋନା କାଳରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଗରିବ ଲୋକ । ଧନୀ ଗରିବ ମଧ୍ୟରେ ଥିବା ତାରତମ୍ୟ ବି କରୋନା ସମୟରେ ବଢ଼ିଛି । ଦେଶର ଅର୍ଥନୀତି ବି ସଙ୍କଟ ଦେଇ ଗତି କରୁଛି । ଏହା ମଧ୍ୟରେ ବେରୋଜଗାରୀ ଓ ଦରଦାମ ବୃଦ୍ଧି ଲୋକଙ୍କୁ ଅଧିକ କ୍ଷତିଗ୍ରସ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ