Masthead

ଆଗକୁ ଆହୁରି ବଢିବ ଶୀତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ପ୍ରବଳ ଶୀତ । ଆଗକୁ ଆହୁରି ଖସିବ ପାରଦ । ଆସନ୍ତା ୩ ଦିନରେ ରାତି ତାପମାତ୍ରା ଆହୁରି ୩ଡିଗ୍ରୀ ଯାଏ କମିପାରେ । ଯାହାକୁ ନେଇ ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ରବିବାର ରାଜ୍ୟର ୧୦ ସହରରେ ପାରଦ ୧୫ ଡିଗ୍ରୀ ତଳେ ଥିଲା । ଫୁଲବାଣୀରେ ରାତି ତାପମାତ୍ରା ୧୧ ଡିଗ୍ରୀ ଥିଲା । ଦାରିଙ୍ଗିବାଡ଼ିରେ ରାତି ତାପମାତ୍ରା ୧୨, ଅନୁଗୁଳ ଓ ଭବାନୀପାଟଣାରେ ୧୩ ଡିଗ୍ରୀ, ରାଉରକେଲାରେ ୧୩.୧, ଝାରସୁଗୁଡ଼ାରେ ୧୩.୩, ସୁନ୍ଦରଗଡ଼ ଓ ଭଦ୍ରକରେ ୧୪, କେନ୍ଦୁଝରରେ ୧୪.୬, ଢେଙ୍କାନାଳରେ ୧୪.୯ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ୧୬ ଡିଗ୍ରୀ ଓ କଟକରେ ୧୬.୫ ଡିଗ୍ରୀ ରେକର୍ଡ ହୋଇଛି । ଏହାସହିତ ଫୁଲବାଣୀରେ କୁହୁଡ଼ି ଦୃଶ୍ୟମାନ ହୋଇଥିଲା ।

ଆଜି ଅନୁଗୁଳରେ ସ୍ୱାଭାବିକଠାରୁ ସବୁଠୁ କମ୍ ବା ସାଢ଼େ ୪ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଥିଲା । ଗତ ତିନି ଦିନ ଧରି କ୍ରମାଗତ ଭାବେ ରାଜ୍ୟରେ ଶୀତ ବଢୁଛି । ଏବେ ଶୀତର ପ୍ରକୋପ ବଢ଼ିବା ସହ ସନ୍ଧ୍ୟାରୁ ଥଣ୍ଡା ଅନୁଭୂତ ହେଉଛି । ରାତିରେ ଅଧିକ ଶୀତ ହେଉଛି । ସେହିଭଳି ପାରଳାଖେମୁଣ୍ଡି ଓ ଚାନ୍ଦବାଲିରେ ୧୮, ବୌଦ୍ଧ ଓ ବାଲେଶ୍ୱରରେ ୧୮.୨, ମାଲକାନଗିରିରେ ୧୮.୪, ଯାଜପୁରରେ ୧୮.୫, ପାରାଦୀପରେ ରାତି ତାପମାତ୍ରା ୧୮.୬ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୭ ଦିନ ଯାଏ ରାଜ୍ୟରେ ଆଦୌ ବର୍ଷା ସମ୍ଭାବନା ନାହିଁ ଓ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ