Masthead

ନକ୍ସଲ ବିରୋଧୀ ଅପରେସନରେ ଅବହେଳା ନହେବା ଦରକାର: ଅମିତ ଶାହ

ବିଜାପୁର (ବଡ଼ ଖବର ବ୍ୟୁରୋ): ଛତିଶଗଡ ବିଜାପୁରରେ ନକ୍ସଲ ମାନଙ୍କର ବର୍ବରକାଣ୍ଡ । ଏ ଘଟଣାର ଜବାବ ଦେବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ ନକ୍ସଲଙ୍କୁ ଦମନ କରିବା ପାଇଁ ଏକ ବଡ ଯୋଜନା କରାଯାଉଥିବା ସୂଚନା ମିଳିଛି । ବୈଠକରେ ଅମିତ ଶାହା କହିଛନ୍ତି ନକ୍ସଲ ବିରୋଧୀ ଅପରେସନରେ କୌଣସି ପ୍ରକାରର ଅବହେଳା ନହେବା ଦରକାର । ଏହି ନକ୍ସଲ ଆକ୍ରମଣ ଘଟଣାର ତଦନ୍ତ ଏନଆଇଏକୁ ଦିଆଯିବାର ସମ୍ଭାବନା ଅଛି । ଗୃହ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଏବଂ ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ ସହିତ ଗୃହମନ୍ତ୍ରୀ ଏହି ଆଲୋଚନା କରିଛନ୍ତି ।

ଛତିଶଗଡ଼ ବିଜାପୁର ନକ୍ସଲ ଆକ୍ରମଣରେ ୨୩ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ଏହି ଆକ୍ରମଣରେ ପାଞ୍ଚଜଣ ଯବାନ ସହିଦ ହୋଇଥିବା ଖବର ଆସିଥିଲା, କିନ୍ତୁ ପରେ ଏହି ସଂଖ୍ୟା ୨୩ ରେ ପହଞ୍ଚିଥିଲା ।ଏହି ଆକ୍ରମଣରେ ସମୁଦାୟ ୩୨ ଯବାନ ଆହତ ହୋଇଛନ୍ତି, ଯେଉଁଥିରେ ୨୫ ଯବାନ ବିଜାପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଥି ସହ ଛତିଶଗଡ଼ ପୋଲିସ ମଧ୍ୟ ୯ ଜଣ ନକ୍ସଲଙ୍କୁ ହତ୍ୟା କରିଥିବା ଦାବି କରିଛି।

ଏଥିସହ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ସୁରକ୍ଷା ବାହିନୀ ମଧ୍ୟ ମହିଳା ନକ୍ସଲଙ୍କ ମୃତଦେହକୁ ଘଟଣାସ୍ଥଳରୁ ଉଦ୍ଧାର କରିଛନ୍ତି। ଅନ୍ୟପକ୍ଷରେ, ନିଖୋଜ ଯବାନଙ୍କ ସନ୍ଧାନରେ ୬୦୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହି ଅଞ୍ଚଳ ନକ୍ସଲାଇଟ୍ ହିଡମାର ଗଡ଼ ଅଟେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା