Masthead

ବୁଲୁଛି ମହାବଳ, ଲୋକେ ଆତଙ୍କିତ

ପାପଡାହାଣ୍ଡି (ବଡ଼ ଖବର ବ୍ୟୁରୋ): ବୁଲୁଛି ମହାବଳ ଲୋକେ ଆତଙ୍କିତ । ଫଟୋ, ଭିଡିଓ ପଦାକୁ ଆସିବା ପରେ କୋଡ଼ିଙ୍ଗା ବନାଞ୍ଚଳରେ କଡ଼ା ନଜର । ବନ ବିଭାଗ ନେତୃତ୍ବରେ ସ୍ବତନ୍ତ୍ର ଟିମ୍‌ର ତନାଘନା । ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକର ଏକୋରି ଓ ନୂନପାଣି ଛକ ଉପରେ ଏକ ମହାବଳ ବାଘ ଚାଲିଯାଉଥିବା ଏକ ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବା ବେଳେ ପୁଣି ଏକ ଫୋଟ କିଛି ଘଣ୍ଟା ପରେ ସେହି ସ୍ଥାନରେ ଦୁଇଟି ମହାବଳ ବାଘ ସାମ୍ନା ସାମ୍ନି ଭାବରେ ଚାଲୁଥିବା ଏକ ଫୋଟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିବା ଦେଖିବାକୁ ମିଳିଛି ।

ବର୍ତ୍ତମାନ ଏହି ଭାଇରଲ ମହାବଳ ବାଘର ଫୋଟ ଏବଂ ଭିଡ଼ିଓକୁ ଦେଖି ଅଞ୍ଚଳର ଜନସାଧାରଣଙ୍କ ଭିତରେ ଏକ କୋକୁଆ ଭୟ ଖେଳିଯାଇଛି । ଏହି ମହାବଳର ପାଦ ଚିହ୍ନ ମଧ୍ୟ ଭାଇରଲ ହୋଇଛି। ଏପଟେ ଏହି ଫୋଟ ଭାଇରଲକୁ ଦେଖି କୋଡ଼ିଙ୍ଗା ବନ ଅଧିକାରୀ ତଥା ରେଞ୍ଜର ପୂର୍ଣ୍ଣଚନ୍ଦ୍ର ନନ୍ଦ ଓ ତାଙ୍କ ଟିମ୍ ସବଳେ ସକାଳ ୧୦ ଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅନୁସନ୍ଧାନରେ ଥିଲେ। ରେଞ୍ଜର ଶ୍ରୀ ନନ୍ଦଙ୍କ ସୂଚନା ପ୍ରକାରେ ଗୋଟିଏ ଫୋଟ ସକାଳେ ଭାଇରଲ ହୋଇଥିଲା ପୁଣିଥରେ କିଛି ଘଣ୍ଟା ପରେ ଦୁଇଟି ମହାବଳ ବାଘର ଫଟୋ ଭାଇରଲ ହୋଇଛି ତାହା ସହ ବାଘର ପାଦ ଚିହ୍ନ ମଧ୍ୟ ରହିଛି। ହେଲେ ଏହି ଘଟଣା କେତେ ଦୂର ସତ୍ୟ ତାହା ଦେଖିବାକୁ ସବଳେ ରେଞ୍ଜର ମଙ୍ଗଳବାର ସକାଳେ ପ୍ରାୟ ୯ଘଣ୍ଟା ର ଜଙ୍ଗଲ ଜଙ୍ଗଲ ପାଦରେ ଚାଲି ଚାଲି ଅନୁସନ୍ଧାନ ଜାରି ରଖିଥିଲେ। ହେଲେ କୌଣସି ପ୍ରକାର ବାଘ ଉପସ୍ଥିତ ବିଷୟରେ ତଥ୍ୟ ସନ୍ଧ୍ୟା ୭ଟା ସୁଦ୍ଧା ମିଳିନଥିବା ବେଳେ ଶୁକ୍ରବାର ରାତିରେ ମଧ୍ୟ ଅନୁସନ୍ଧାନ ଜାରି ରଖିବୁ ବୋଲି କହିଥିଲେ ।

ରାତିରେ ଯଦି ବାଘ ଅଞ୍ଚଳରେ କୌଣସି ଅଘଟଣର ଚିହ୍ନ ଛାଡେ କିମ୍ବା ବାଘ ଉପସ୍ଥିତ ଉପରେ କିଛି ତଥ୍ୟ ସାମ୍ନାକୁ ଆସେ କିମ୍ବା ଯଦି କିଛି ସୂଚନା ମିଳିଲେ ସର୍ବସାଧାରଣରେ ସୂଚନା ପ୍ରକଟ କରାଯିବ ବୋଲି ରେଞ୍ଜର ଶ୍ରୀ ନନ୍ଦ କହିଛନ୍ତି । ଏପଟେ ଏହି ଫୋଟକୁ କିଏ ଭାଇରଲ କରିଛି, ଏହା କେତେଦୂର ସତ୍ୟ ତାହା ଆଗକୁ ବନବିଭାଗର ଅନୁସନ୍ଧାନ ଉପରେ ଦେଖିବାରେ ରହିଲା । ନିକଟରେ ଥିବା ଛତିଶଗଡ଼ ରାଜ୍ୟର ଘଞ୍ଚ ଜଙ୍ଗଲ ଓଡ଼ିଶା ରାଜ୍ୟର ତଥା ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସହ ମିଶି ରହିଛି କାଳେ ଛତିଶଗଡ଼ ରାଜ୍ୟରୁ ବାଘ ଆସିଥିବ କିବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଏକ ପ୍ରଶ୍ନ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା