Masthead

ବଦଳିଲା ଡ୍ରାଇଭିଙ୍ଗ ଲାଇସେନ୍ସ ନିୟମ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନୂଆ ବର୍ଷରେ ନୂଆ ନିୟମ ସହ ଡ୍ରାଇଭିଙ୍ଗ ଲାଇସେନ୍ସ ଆବେଦନ ଆହୁରି ସହଜ ହୋଇପଡିଛି । କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ଉଠାଇଛନ୍ତି । ବଦଳିଛି ଲର୍ଣ୍ଣର ଓ ଡ୍ରାଇଭିଙ୍ଗ ଲାଇସେନ୍ସ ନିୟମ। ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁଆଲ ଏବଂ ଆବେଦନକୁ ନେଇ କିଛିଟା ନୂଆ ନିୟମ ଲାଗୁ କରାଯାଇଛି। ଡ୍ରାଇଭିଙ୍ଗ ଲାଇସେନ୍ସ, ଲର୍ଣ୍ଣିଂ ଏବଂ ରିନ୍ୟୁଆଲ ପାଇଁ ଆଉ ଆବେଦନକାରୀଙ୍କୁ ଆରଟିଓ ଅଫିସ ଯିବାକୁ ପଡିବ ନାହିଁ। ଘରେ ବସି କେବଳ ଅନଲାଇନରେ ଆବେଦନକାରୀ ନିଜର ସମସ୍ତ ଗାଡି ସମ୍ବନ୍ଧୀୟ ଜରୁରୀ କାଗଜପତ୍ର ପାଇପାରିବେ।

ପ୍ରାୟ ସବୁ ରାଜ୍ୟରେ ପରିବହନ ବିଭଗ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫିସ ଜମା କରିବା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ନୂଆ ନିୟମ ଅନୁଯାୟୀ ସ୍ଲଟ ବୁକ୍ ହେବା କ୍ଷଣି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫିସ ଜମା କରିବାକୁ ପଡୁଛି। ଟଙ୍କା ଜମା କରିବା ପରେ ଡ୍ରାଇଭିଙ୍ଗ ଟେଷ୍ଟ ପାଇଁ ଗାଡି ଚାଲକଙ୍କ ସୁବିଧା ମୁତାବକ ତାରିଖ ଉପଲବ୍ଧ ହୋଇପାରୁଛି।

ଏଥିରେ ଯେଉଁମାନଙ୍କ ଅନ୍ତର୍ଜାତୀୟ ଡ୍ରାଇଭିଙ୍ଗ ଲାଇସେନ୍ସ ପରମିଟ ର ଭ୍ୟାଲିଡିଟି ସମାପ୍ତ ହୋଇଯାଇଛି ସେମାନଙ୍କୁ ଆଶ୍ୱସ୍ତି ମିଳିବ । ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ସଂଶୋଧନ ସମ୍ବନ୍ଧିତ ଡ୍ରାଫ୍ଟ ନୋଟିଫିକେସନ ଜାରି କରିଛନ୍ତି । ଡ୍ରାଫ୍ଟ ନୋଟିଫିକେସନ ଅନୁସାରେ ଯେଉଁ ନାଗରିକଙ୍କ ଅନ୍ତର୍ଜାତୀୟ ଡ୍ରାଇଭିଙ୍ଗ ଲାଇସେନ୍ସର ବୈଧତା ସମାପ୍ତ ହୋଇଯାଇଛି ସେମାନେ ଭାରତୀୟ ଦୂତାବାସର ପୋର୍ଟାଲରେ ଅନଲାଇନ ଆବେଦନ କରିପାରିବେ । ଭାରତୀୟ ନିୟମ ଅନୁସାରେ ମେଡିକାଲ୍ ସାର୍ଟିଫିକେଟ୍ ଓ ଭିସା ସମ୍ପର୍କରେ ସୂଚନା ଦେବାକୁ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼