Masthead

ସ୍ୱାସ୍ଥ୍ୟକେନ୍ଦ୍ରରେ ଟର୍ଚ୍ଚଲାଇଟରେ ଚିକିତ୍ସା

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ): ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ସାମ୍ନାକୁ ଆସିଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡର ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟର୍ଚ୍ଚ ଲାଇଟରେ ଚିକିତ୍ସା ହେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ମେଡିକାଲରେ ଲାଇଟ ନଥିବାରୁ ରୋଗୀଙ୍କ ଚିକିତ୍ସା ଟର୍ଚ୍ଚ ଲାଇଟରେ କରାଯାଇଛି । ସୂଚନା ଅନୁସାରେ ଗତକାଲି ରାତିରେ ବେଲପଡା ତାରିଣୀ ଛକଠାରେ ଏକ ଦୁର୍ଘଟଣା ଘଟିଥିଲା ଓ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଆହତ ଲୋକଙ୍କୁ ବେଲପଡା ଡାକ୍ତରଖାନାକୁ ନେଇଥିଲେ ।

ହେଲେ ଡାକ୍ତରଖାନାରେ ଲାଇଟ ନଥିଲା ଓ ଏପରିକି ଜେନେରେଟର କି ଇନଭର୍ଟର ବ୍ୟବସ୍ଥା ମଧ୍ୟ ନଥିଲା ଓ ସେହି ସମୟରେ ହସପିଟାଲରେ କୌଣସି ଡାକ୍ତର କି ନର୍ସ ମଧ୍ୟ ନଥିଲେ । ଆହତ ବ୍ୟକ୍ତିଙ୍କୁ ଡ୍ରେସିଂ ରୁମରେ ଜଣେ କର୍ମଚାରୀ ଟର୍ଚ ଲାଇଟରେ ଚିକିତ୍ସା କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଚିକିତ୍ସାଳୟର ଭିତିଭୂମି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସଠିକ ସ୍ଥାନରେ ସେହି ଟଙ୍କା ପହଂଚି ପାରୁନାହିଁ ଓ ଯା ଫଳରେ ଜନ ସାଧାରଣ ଠିକ୍ ରୋଗୀ ସେବା ନପାଇ ନାହିଁନଥିବା ଅସୁବିଧା ଭୋଗିଛନ୍ତି । ସେପଟେ ମେଡିକାଲ କର୍ତ୍ତୁପକ୍ଷ ସମସ୍ୟା କଥାକୁ ସ୍ୱୀକାର କରିଛନ୍ତି ଓ ହେଲେ ଆଗାମୀ ଦିନରେ ଯେମିତି ଆଉ ଏଭଳି ସମସ୍ୟା ନଉପୁଜିବ ସେନେଇ ଯତ୍ନବାନ୍ ହେବେ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା