Masthead

ଠାକୁରାଣୀ ଯାତ୍ରାକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ

ଗଞ୍ଜାମ (ବଡ଼ କବର ବ୍ୟୁରୋ): ପାତି ସୁନାପୁରଗ୍ରାମରେ ପୁଲିସ ଉପରକୁ ପଥର ମାଡ଼, ୨୨ ଗିରଫ । ବ୍ରହ୍ମପୁର ପାତି ସୁନାପୁର ଠାକୁରାଣୀ ଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଜା ଲାଗି ରହିଛି । ଗୋଟିଏ ଗୋଷ୍ଠୀ ୧୧ତାରିଖରେ ଯାତ୍ରା କରିବାକୁ ଚାହୁଁଥିବା ବେଳେ ଅନ୍ୟ ଗୋଷ୍ଠୀ ଚଳିତମାସ ଶେଷ ଆଡୁ କରିବାକୁ ଯୋଜନା କରିଥିଲା । ଉଭୟଙ୍କ ଗୋଷ୍ଠୀ ମୁଁହାମୁହିଁ ହେବା ଯୋଗୁଁ ୧୧ତାରିଖରେ ଯାତ୍ରା ହୋଇନଥିଲା।

କିନ୍ତୁ ପୂଜାର୍ଚ୍ଚନା ହୋଇଥିଲା । ଉକ୍ତ ଗ୍ରାମରେ ଗତ କାଲି ପ୍ରଶାସନ ପକ୍ଷରୁ ୧୬୩ ଲାଗୁ ହୋଇଥିଲା ।ଏଥିପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ । ହଠାତ ରାତିରେ ଗୋଟିଏ ଗୋଷ୍ଠୀର ଲୋକେମାନେ ମୁତୟନ ଥିବା ପୁଲିସ କର୍ମଚାରୀଙ୍କୁ ପଥର ଓ ବୋତଲ ମାଡ଼ କରିଥିଲେ । କିଛି ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ପୁଲିସ ଗୋଟିଏ ଗୋଷ୍ଠୀର ପ୍ରାୟ ୨୨ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏହି ଘଟଣାରେ କିଛି ନାବାଳକଙ୍କ ସମ୍ପୃକ୍ତି ରହିଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା