Masthead

ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ କୋହଲି । ଅବସର ନେଇ ସୋସିଆଲ ମିଡିଆରେ ପୋଷ୍ଟ କଲେ ବିରାଟ । ପୂର୍ବରୁ ଟି-ଟ୍ବେଣ୍ଟିରୁ ଅବସର ନେଇଥିଲେ ବିରାଟ । ରୋହିତ ଶର୍ମା ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିବାର ୫ଦିନ ପରେ ବିରାଟ କୋହଲି ଅବସର ନେଇଛନ୍ତି । ବିସିସିଆଇକୁ ଅବସର ବିଷୟ ଜଣାଇଥିଲେ । ନିଷ୍ପତ୍ତି ବଦଳାଇବାକୁ ବିସିସିଆଇ ଅନୁରୋଧ କରିଥିଲା । ହେଲେ କୋହଲି ତାଙ୍କ ନିଷ୍ପତ୍ତିରେ ଅଟଳ ରହିଲେ । ଇନଷ୍ଟାରେ ପୋଷ୍ଟ କରି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି କିଙ୍ଗ୍‌ କୋହଲି । ପୂର୍ବରୁ ଟି-୨୦ରୁ ଅବସର ନେଇଥିଲେ ।

୩୬ ବର୍ଷୀୟ କୋହଲି ଅଷ୍ଟ୍ରେଲିଆ ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫି ଖେଳୁଥିବାର ନଜର ଆସିଥିଲେ । ଯେଉଁଠି ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୩ ସ୍କୋରରେ ହାରିଥିଲା । ବିରାଟଙ୍କ ଟେଷ୍ଟ୍ ଡେବ୍ୟୁ ଜୁନ୍ ୨୦୧୧ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କିଙ୍ଗ୍ସଟନରେ ହୋଇଥିଲା । କୋହଲି ସେତେବେଳେ ପ୍ରଥମ ପାଳିରେ ୪ ଏବଂ ଦ୍ବିତୀୟ ପାଳିରେ ୧୫ ରନ୍ କରିଥିଲେ ।

ଅନ୍ୟପକ୍ଷରେ କିଙ୍ଗ୍ କୋହଲିଙ୍କ ଅନ୍ତିମ ଟେଷ୍ଟ୍ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯାଇଥିଲା । ଯାହା ୨୦୨୫ ଜାନୁଆରୀ ମାସରେ ଖେଳାଯାଇଥିଲା । ଏହି ଅନ୍ତିମ ମ୍ୟାଚରେ କୋହଲି ପ୍ରଥମ ପାଳିରେ ୧୭ ଏବଂ ଦ୍ବିତୀୟ ପାଳିରେ ୬ ରନ୍ କରିଥିଲେ । ତେବେ ବର୍ତ୍ତମାନ ୧୪ ବର୍ଷର ଟେଷ୍ଟ କ୍ୟାରିୟରକୁ ବାଏ ବାଏ କହିଛନ୍ତି କିଙ୍ଗ୍ କୋହଲି । ଟେଷ୍ଟରେ ୧୨୩ ମ୍ୟାଚ୍ ଖେଳି ୯,୨୩୦ ରନ୍ କରିଛନ୍ତି ବିରାଟ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା