Masthead

ହେଲମେଟ ପିନ୍ଧି ନଥିବା ଦୁଇଚକିଆ ଆରୋହୀଙ୍କଠାରୁ ଆଦାୟ ୮୬କୋଟି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟ୍ରାଫିକ ନିୟମ ଭାଙ୍ଗି ଅମାନିଆ ଗଣିଛନ୍ତି ୧୮୬ କୋଟି ୪ଲକ୍ଷ ୫୫ହଜାର ୪୪୦ଟଙ୍କା ଜରିମାନ । ୩ ବର୍ଷରେ ନିୟମ ଉଲ୍ଲଂଘନ କରିଛନ୍ତି ୧୮ଲକ୍ଷ ୫୨ ହଜାର ୩୯୪ ଜଣ । ଗତ ତିନି ବର୍ଷରେ କେବଳ ଟୁଇନ ସିଟିରେ ବିନା ହେଲମେଟ ଗାଡ଼ି ଚଳାଉଥିବା ସମୟରେ ୮ଲକ୍ଷ ୬୬ହଜାର ୪୬୪ ଜଣ ଧରାପଡ଼ିଛନ୍ତି । ସେମାନଙ୍କ ନିକଟରୁ ଆଦାୟ ହୋଇଛି ୮୫ କୋଟି ୬୭ଲକ୍ଷ ୬୭ହଜାର ୭୦୦ ଟଙ୍କା ଫାଇନ । ସେହିପରି ମୋବାଇଲରେ କଥା ହୋଇ ୧୪ହଜାର ୮ଶହ ୬୫ ଜଣ ଚାଳକ ୬କୋଟି ୬୫ଲକ୍ଷ ୧୨ ହଜାର ୮ଶହ ଟଙ୍କା ଜରିମାନା ଗଣିଛନ୍ତି ।

ସେହିପରି ବିନା ସିଟ୍ ବେଲ୍ଟରେ ୧୯ ହଜାର ୬୪୩ ଜଣ ଧରାପଡ଼ିଛନ୍ତି । ସେମାନଙ୍କ ପାଖରୁ ୧ କୋଟି ୮୧ ଲକ୍ଷ ୯୧ ହଜାର ୧୦୦ ଟଙ୍କା ଆଦାୟ ହୋଇଛି । ରଙ୍ଗ୍ ରୁଟରେ ଗାଡି ଚଲାଇ ୧୮ ହଜାର ୭୨୫ ଜଣ ଧରାପଡିଥିବାବେଳେ ସେମାନଙ୍କଠାରୁ ୮କୋଟି ୭୭ଲକ୍ଷ ୯ହଜାର ୧୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ମଦ୍ୟପାନ କରି ୫ହଜାର ୬୨୮ ଜଣ ଧରା ପଡିଛନ୍ତି । ସେମାନଙ୍କ ପାଖରୁ ୨କୋଟି ୮୦ଲକ୍ଷ ୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି । ଗତ ତିନି ବର୍ଷରେ ଟ୍ବିନ ସିଟିରେ ମୋଟ ୧ କୋଟି ୮୫ ଲକ୍ଷ ୨୩୯୪ ଜଣ ଟ୍ରାଫିକ ଉଲଙ୍ଘନକାରୀ ଧରାପଡିଛନ୍ତି । ଟ୍ରାଫିକ ନିୟମ ଉଲ୍ଲଂଘନ ବାବଦରେ ୧୮୬ କୋଟିରୁ ଅଧିକ ଜରିମାନା ଆଦାୟ ହୋଇଛି । ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା