Masthead

ଆଜି ଆସିବ କେନ୍ଦ୍ରୀୟ ବଜେଟ୍

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଆସିବ କେନ୍ଦ୍ରୀୟ ବଜେଟ୍ । ଆଗତ ହେବ ୨୦୨୬-୨୭ ଆର୍ଥିକ ବର୍ଷ ବଜେଟ୍ । ବଜେଟ୍ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ । ବଜେଟ୍ ରୂପରେଖକୁ ନେଇ ଉତ୍କଣ୍ଠିତ ଦେଶବାସୀ। ଗରିବ, ମଧ୍ୟବିତ୍ତ ଓ ମହିଳାଙ୍କୁ ମିଳିବ ପ୍ରାଧାନ୍ୟ । ଭାରତର ସଂସଦୀୟ ପରମ୍ପରାରେ ରବିବାର ନୂଆ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ରେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ । ସରକାରୀ ସୂତ୍ରକୁ ନେଇ ହିନ୍ଦୁସ୍ତାନ କରିଥିବା ରିପୋର୍ଟ ଅନୁସାରେ, ବଜେଟର ଦ୍ୱିତୀୟ ଭାଗ ବା ପାର୍ଟ-Bରେ ଅଧିକ ଗୁରୁତ୍ୱ ଦିଆଯାଇଛି । ୨୦୨୬ ବଜେଟ୍ ଭାଷଣ ଗତ ୭୫ ବର୍ଷ ଧରି ଦିଆଯାଉଥିବା ଭାଷଣଠାରୁ ଭିନ୍ନ ହେବ । ବଜେଟ୍ ଭାଷଣର ଦ୍ୱିତୀୟ ଭାଗ ସେଣ୍ଟର ଷ୍ଟେଜରେ ରହିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ନବମ ଥର ପାଇଁ ବଜେଟ୍ ଉସ୍ଥାପନ କରି ରେକର୍ଡ କରିବେ । ନୀତି ସଂସ୍କାର ଓ ଯୋଜନାବଦ୍ଧ ସରକାରୀ ଖର୍ଚ୍ଚ କଣ ରହିବ ତାହା ଉପରେ ସଭିଙ୍କ ନଜର ରହିବ । ଗତ ବର୍ଷଗୁଡ଼ିକରେ ବଜେଟ୍ ଭାଷଣର ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଭାଗରେ ସ୍ଥାନ ପାଇଥାଏ, କିନ୍ତୁ ଏହି ବର୍ଷ ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

ସରକାରୀ ସୂତ୍ର ଅନୁସାରେ, ଅର୍ଥମନ୍ତ୍ରୀଙ୍କ ଭାଷଣର ଦ୍ୱିତୀୟ ଭାଗ ଲମ୍ୱା ହୋଇପାରେ । ପୂର୍ବ ବଜେଟ୍ ଭାଷଣଗୁଡ଼ିକରେ ଦ୍ୱିତୀୟ ପାର୍ଟରେ କେବଳ କିଛି ସୀମିତ ଘୋଷଣା କରାଯାଇଥାଏ । ଚଳିତ ବର୍ଷ ବଜେଟର ଭାଷଣର ପାର୍ଟ-Bରେ କ୍ଷୁଦ୍ର ଓ ଦୀର୍ଘ ମିଆଦୀ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି । ଏକବିଂଶ ଶତାବ୍ଦୀର ଦ୍ୱିତୀୟ କ୍ୱାର୍ଟର ପାଇଁ ଭାରତର ଅର୍ଥନୀତିକ ଦୂରଦୃଷ୍ଟି ଓ ପ୍ରାଧାନ୍ୟକୁ ଏହା ପ୍ରତିବିମ୍ୱିତ କରିବ । ସରକାରୀ ସୂତ୍ର ଅନୁସାରେ ଭାରତର ସ୍ଥାନୀୟ ସାମର୍ଥକୁ ବୈଶ୍ୱିକ ମଞ୍ଚରେ ପହଞ୍ଚାଇବାର ରୋଡ୍ ମ୍ୟାପ୍‌କୁ ବି ପାର୍ଟ-Bରେ ସ୍ଥାନିତ କରାଯାଇଛି । ବଜେଟ୍ ଭାଷଣର ଦ୍ୱିତୀୟ ଭାଗ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କ ଅଧିକ ଧ୍ୟାନ ଆକର୍ଷଣ କରିବ । ଏଥିରେ ନୀତି ନିର୍ମାଣ ଓ କାର୍ଯ୍ୟକାରୀ ଉପରେ ଗୁରୁତ୍ୱପୂର୍ଣ୍ଣ ଘୋଷଣାକୁ ମଧ୍ୟ ସ୍ଥାନ ଦିଆଯାଇଛି । ରିପୋର୍ଟ ଅନୁସାରେ ଏଥର ବଜେଟ୍ ଉପସ୍ଥାପନ ପାରମ୍ପାରିକ ଭାଷଣଠାରୁ ପୂରା ଅଲଗା ହେବ, ଯେଉଁଥିରେ ପ୍ରଥମ ଭାଗ ଅପେକ୍ଷା ଦ୍ୱିତୀୟ ଭାଗ ଉପରେ ଅଧିକ ଫୋକସ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ