Before Header

ସେବା ପାଇଁ ବନ୍ଧା ପକାଇଲେ ଗହଣା

0 16

ଚେନ୍ନାଇ(ବଡ଼ ଖବର ବ୍ୟୁରୋ): କରୋନା ସଂକ୍ରମଣ ଦେଶରେ ବୃଦ୍ଧିପାଉଛି । ଲୋକଙ୍କୁ ହସ୍ପିଟାଲରେ ବେଡ଼ ମିଳୁନି । ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ । ଆଉ ଏପରି ସମୟରେ ବିପଦର ବନ୍ଧୁ ପାଲଟିଛନ୍ତି କିଛି ମହାନ ବ୍ୟକ୍ତି । ବିଭିନ୍ନ ସମୟରେ ଲୋକଙ୍କୁ ସାହାଯ୍ୟ ସହଯୋଗ କରିବାକୁ ନିଜର ସର୍ବସ୍ୱ ବିକ୍ରି କରି ଦେଉଛନ୍ତି । ବହୁ ଲୋକଙ୍କୁ ନହେଲେ ବି କିଛି ଲୋକଙ୍କ ପାଇଁ ନିଜ ଶକ୍ତି ଅନୁସାରେ ସାହାଯ୍ୟ କରୁଛନ୍ତି । ଏପରି ଏକ ଖବର ଆସିଛି ତାମିଲ ନାଡ଼ୁରୁ ଯେଉଁଠି ନିଜ ଗହଣା ବନ୍ଧା ରଖି ଲୋକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ଏକ ଦମ୍ପତି । ମହାମାରୀ ସମୟରେ କିଛି ଲୋକ ଭୁଲି ଯାଉଛନ୍ତି ମାନବିକତା । ସମସ୍ତେ ନିଜ ଜୀବନ ବଞ୍ଚାଇବାକୁ ବ୍ୟାକୁଳ । ପ୍ରତିଦିନ ଯାଉଛି ବହୁ ଲୋକଙ୍କ ଜୀବନ । ହସ୍ପିଟାଲରେ କରୋନା ରୋଗୀଙ୍କୁ ବେଡ଼ ମିଳୁନି, ଅକ୍ସିଜେନ ମିଳୁନି ।

ହସ୍ପିଟାଲରେ ଆଶା ଆଶଙ୍କାରେ ବିତୁଛି କିଛି ରୋଗୀଙ୍କ ଜୀବନ । ଏପରି ସ୍ଥଳେ ସରକାରଙ୍କ ସାହାଯ୍ୟ ସହଯୋଗକୁ ଅପେକ୍ଷା ନକରି ଆଗେଇ ଆସିଛନ୍ତି କିଛି ଲୋକ କରୋନା ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ । ମାନବିକତା ଏବେ ବି ବଞ୍ଚିଛି ତାହା ଏସବୁ ଖବର ଉପରେ ନଜର ପକାଇଲେ ଜଣାପଡ଼ୁଛି । ଏକ ଦମ୍ପତି ନିଜ ସ୍ୱଳ୍ପ ଆୟରେ ବି ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଆମ ଭିତରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ସର୍ବସ୍ୱ ସାରି ଦେଉଛନ୍ତି ଅନ୍ୟର ହିତ ପାଇଁ । ଏପରି ଏକ ଦୃଷ୍ଟାନ୍ତ ପାଲଟିଛନ୍ତି ତାମିଲନାଡ଼ୁ କୋଏମ୍ବଟୁର ସହରର ଏକ ଦମ୍ପତି । କୋଏମ୍ବାଟୁରର ସରକାରୀ ଡାକ୍ତରଖାନାକୁ ସେମାନେ ଦାନ କରିଛନ୍ତି ୧୦୦ଟି ଷ୍ଟାଣ୍ଡ ଫ୍ୟାନ୍ । ଯାହା କି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦମ୍ପତି କୌଣସି ଧନୀ ବା ଅଧିକ ରୋଜଗାର କରୁଥିବା ବ୍ୟକ୍ତି ନୁହନ୍ତି । ନିଜ ଗହଣା ବନ୍ଧା ପକାଇ ଏ ସାହାଯ୍ୟ କରିଛନ୍ତି ଦମ୍ପତି ।

ତେବେ ଦମ୍ପତି ଏହି ଡାକ୍ତରଖାନାକୁ ଚିକିତ୍ସା ପାଇର୍ ଆସିଥିଲେ । ଜାଣିବାକୁ ପାଇଲେ , ସେଠାରେ ଫ୍ୟାନ ନାହିଁ ଆଉ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଝରକା ମଧ୍ୟ ଖୋଲିବାକୁ ଦିଆଯାଉନି । ଗ୍ରୀଷ୍ଣ ଋତୁରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ରୋଗୀ । ଏଥିରେ ବ୍ୟଥିତ ହୋଇ ହସ୍ପିଟାଲରେ ରୋଗୀଙ୍କୁ ୧୦୦ ଫ୍ୟାନ ପ୍ରଦାନ କଥା ଚିନ୍ତା କରିଥିଲେ । ଘରକୁ ଯାଇ ନିଜ ସ୍ୱଳ୍ପ ସାଧନକୁ ମିଶାଇଥିଲେ କିନ୍ତୁ ଏହା କମ୍ ପଡ଼ିବାରୁ ନିଜର ସବୁ ଗହଣାକୁ ବ୍ୟାଙ୍କରେ ବନ୍ଧା ପକାଇ ୨ଲକ୍ଷ ୨୦ହଜାର ଋଣ ଆଣିଥିଲେ । ଆଉ ସଙ୍ଗେ ସଙ୍ଗେ ୧୦୦ଟି ଷ୍ଟାଣ୍ଡ ଫ୍ୟାନ କିଣି ପହଞ୍ଚି ଯାଇଥିଲେ ସରକାରୀ ମେଡିକାଲ କଲେଜରେ ।

ଜଣେ ସାଧାରଣ ଦମ୍ପତି ଏତେ ସଂଖ୍ୟକ ଫ୍ୟାନ ଦେବା ଚର୍ଚ୍ଚାର ଶିରୋନାମା ପାଲଟିଥିଲା । ତେବେ ଡାକ୍ତରଖାନାର କିଛି ଲୋକ ଏତେ ସଂଖ୍ୟକ ଫ୍ୟାନ ନଦେବାକୁ କହିଥିଲେ । ତଥାପି ଏହି ଦମ୍ପତି ନିଜ ମହନୀୟତା ଦେଖାଇ ରୋଗୀଙ୍କ ପାଇଁ ୧୦୦ ଫ୍ୟାନ୍ ଦାନ କରିଥିଲେ । କରୋନା ମହାମାରୀ ସମୟରେ ଅନେକ ଲୋକ ମାନବିକତା ଭୁଲି ଯାଉଛନ୍ତି । ଲୋକଙ୍କ ମୃତ୍ୟୁ ଓ ନକରାତ୍ମକ ଘଟଣା ପ୍ରତିଦିନ ଲୋକଙ୍କ ମନକୁ ଆନ୍ଦୋଳିତ କରୁଛି । ଅନେକ ଲୋକ ପରିସ୍ଥିତିର ଭୟବହତାକୁ ଦେଖି କରୋନାରେ ସଂକ୍ରମିତ ହେବା ପରେ ଆତ୍ମହତ୍ୟା କରୁଛନ୍ତି । ହସ୍ପିଟାଲରୁ ରୋଗୀ ଫେରାର ମଧ୍ୟ ହେଉଛନ୍ତି । ଆଉ ଏପରି ସମୟରେ ଏଭଳି କିଛି ଲୋକ ମଧ୍ୟ କରହିଛନ୍ତି ଯେଉଁମାନେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । ବହୁ ଲୋକଙ୍କୁ ନହେଲା ନାହିଁ ନିଜ ପାରୁ ପର୍ଯ୍ୟନ୍ତ ସେବା କାର୍ଯ୍ୟ ଜାରି ରଖିଛନ୍ତି ଏହି ଦମ୍ପତି । କିଛି ଲୋକ ସ୍ୱାର୍ଥ ପାଇଁ ଧାଉଁଥିବା ବେଳେ ଏପରି ବ୍ୟକ୍ତି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି ।

Leave A Reply

Your email address will not be published.