ସ୍ୱାମୀ ହନ୍ତା ପତ୍ନୀ

କାଲିମେଳା (ବଡ଼ ଖବର ବ୍ୟୁରୋ): ହୋମଅଗ୍ନିକୁ ସାକ୍ଷୀରଖି ବିବାହ କରିଥିଲେ । ସାତ ଜନମ ସାଥୀହୋଇ ଚାଲିବା ନେଇ କଥା ଦେଇଥିଲେ । ହେଲେ ସବୁକିଛି ଭୁଲିଗଲେ । ସ୍ୱାମୀ ପାଇଁ କାଳ ସାଜିଲେ ପତ୍ନୀ । ସାମାନ୍ୟ ପାରିବାରିକ କଳହକୁ କେନ୍ଦ୍ରକରି ସ୍ୱାମୀକୁ ନିଜ ହାତରେ ହତ୍ୟା କଲେ ସ୍ତ୍ରୀ । ସ୍ୱାମୀକୁ ରଶିରେ ଗଳା ଚିପି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ପତ୍ନୀ ।

ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଏମଭି – ୭୯ ଗାଁରେ । ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ସ୍ତ୍ରୀକୁ ଗିରଫକରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଏମଭି-୭୯ ଗାଁର ନିଖିଲ ସନାଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ତାଙ୍କ ଘରର ଗୁହାଳରୁ ବିଳମ୍ବିତ ରାତିରେ ମିଳିଥିଲା । ନିଖିଲଙ୍କ ଭାଇ ସୁଶିଲ ସନା ଭାଇଙ୍କ ହତ୍ୟା ଅଭିଯୋଗ ଆଣି ଏମଭି – ୭୯ ଥାନାର ଦ୍ୱାରସ୍ତ ହୋଇଥିଲେ । ପୋଲିସ ତଦନ୍ତ ପରେ ସ୍ତ୍ରୀ ସ୍ତ୍ରୀ ଅଳକା ସାନା ଅଭିଯୁକ୍ତ ବୋଲି ଜଣାପଡଥିଲା । ଅଳକା ସାନାକୁ ଗରିଫ କରି ପୋଲିସ ଶୁକ୍ରବାର କୋର୍ଟ ଚାଲାଣ କରିଛି । ନିଖିଲକୁ ଏକ ରଶିରେ ଗଳାକୁ ଚିପି ହତ୍ୟା କରିଥିବା ନେଇ ପୋଲିସ ନିକଟରେ ସ୍ୱୀକାର କରିଛି ଅଳକା । ଥାନା ଅଧିକାରୀ ସୂଚନା ଅନୁସାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଗଣ୍ଡଗୋଳ, ମାରପିଟ ଲାଗିରହିଥିବା ବେଳେ ଗତ ୨ ତାରିଖ ଦିନ ସଂନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଅନ୍ୟପଟେ ଏହି ଘଟଣାରେ ଅନ୍ୟଲୋକଙ୍କ ସମ୍ପୃକ୍ତି ନେଇ ମଧ୍ୟ ପୋଲିସ ଅଧିକ ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!