୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ସରକାରୀ ତହବିଲରୁ ୩ କୋଟି ହଡ଼ପ, ପୂର୍ବତନ ରାଜସ୍ବ ସହାୟକଙ୍କ ଘରେ ଭିଜିଲାନ୍ସ ରେଡ୍ । ଜଗତସିଂହପୁର ତିର୍ତ୍ତୋଲ ବ୍ଲକର ପୂର୍ବତନ ଏସଆରଏ ଭଞ୍ଜ କିଶୋର ବେହେରାଙ୍କ ୬ଟି ସ୍ଥାନରେ ଆଜି ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ରଘୁନାଥପୁର ବ୍ଲକ ପାଟେଣୀ ଗାଁ ସ୍ଥିତ ପୈତୃକ ବାସ ଭବନ ସହିତ ତାଙ୍କ ଅଫିସ, ଶ୍ବଶୁର ଘରେ ଚାଲିଛି ରେଡ୍ । ଭଞ୍ଜ କିଶୋର ବେହେରା ବର୍ତ୍ତମାନ ନାଉଗାଁ ତହସିଲରେ ଏସଆରଏ ଭାବେ କାର୍ଯ୍ୟରତ । ତାଙ୍କ ବିରୋଧରେ ୩ କୋଟି ଟଙ୍କାରୁ ଅଧିକ ସରକାରୀ ଅର୍ଥ ହଡ଼ପ ଅଭିଯୋଗ ରହିଛି। ଏହି ଅଭିଯୋଗରେ ଗତ ୧୨ ଅଗଷ୍ଟରେ ଭଞ୍ଜ କିଶୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଭିଜିଲାନ୍ସ। ପରେ ଆଜି କଟକ ଭିଜିଲାନ୍ସ ଥାନା କେସ୍ ନମ୍ବର ୩୦/୨୦୨୬, ଦୁର୍ନୀତି ନିବାରଣ ଆଇନ ୨୦୧୮ ଅନୁଯାୟୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଲ ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି।
୬ଟି ସ୍ଥାନରେ ଚଢ଼ାଉ ଚାଲିଛି:
୧. ପାଟେଣୀଗାଁ, ରଘୁନାଥପୁର ଥାନା, ଜଗତସିଂହପୁରେ ଥିବା ୭,୦୦୦ ବର୍ଗଫୁଟର ଦୁଇ ମହଲା କୋଠା
୨. ପାଟେଣୀଗାଁରେ ଥିବା ୪,୦୦୦ ବର୍ଗଫୁଟର ଟେଣ୍ଟ ହାଉସ୍
୩. ପାଟେଣୀଗାଁରେ ଥିବା ଆଉ ଏକ ୩,୦୦୦ ବର୍ଗଫୁଟର ଦୁଇ ମହଲା କୋଠା
୪. ନାଉଗାଁ ତହସିଲ କାର୍ୟ୍ୟାଳୟରେ ତାଙ୍କ ଅଫିସ୍
୫. ପୂର୍ବରୁ କାର୍ୟ୍ୟ କରୁଥିବା ତିର୍ତ୍ତୋଲ ଈଊଙ ଅଫିସ୍
୬. ରଘୁନାଥପୁର ଥାନା, ସାନକୋରକୋରା ଗାଁରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ଚାଲିଛି ରେଡ୍

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ 🔴 ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ମିଟିଂ ପାଲଟିଲା ରଣକ୍ଷେତ୍ର 🔴 ସରିଲା ପ୍ରଚାର, ଆଜି ‘‘WHY I STAND FOR’ ମିଟିଂ 🔴 ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଅଗ୍ନିକାଣ୍ଡ 🔴 ସୁକମାରେ ବିପୁଳ ମାଓ ଡମ୍ପ ଜବତ 🔴 ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 🔴 ୧୩ରେ ଲଘୁଚାପ! 🔴 ଆଜି ଦିଲ୍ଲୀରେ ପୁଣି କଂଗ୍ରେସର ପ୍ରତିବାଦ 🔴 ନେପାଳରେ ପୁଣି ଭୟଙ୍କର ବନ୍ୟା, ଭାସିଗଲା ଅନେକ ଘର 🔴 ରୋଷେଇ ବେଳେ ଫାଟିଲା ଗ୍ୟାସ ଟାଙ୍କି, ଶିଶୁ କନ୍ୟାର ମୃତ୍ୟୁ 🔴 ଆଜି ପୁଣି ଜୋରଦାର ହୋଇପାରେ CJP ଆନ୍ଦୋଳନ