ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୋଟିଏ ପଟେ ଦିନର ତାପାମତ୍ରା ବଢ଼ିବାକୁ ଲାଗିଥିବା ବେଳେ ଅନ୍ୟପଟେ ରାତିରେ ପାରଦ ଖସୁଛି । ସକାଳୁ କୁହୁଡ଼ି ହେଉଥିବା ବେଳେ ଦିନରେ ବଢ଼ୁଛି ପାରଦ । ଏବଂ ସନ୍ଧ୍ୟା ହେଲେ କାଲୁଆ ପବନ ସାଙ୍ଗକୁ ବଢ଼ୁଛି ଶୀତ । ଗତକାଲି ଝାରସୁଗୁଡ଼ାରେ ଦିନ ତାପମାତ୍ରା ଟପିଥିଲା ୩୩ ଡିଗ୍ରି । ଝାରସୁଗୁଡ଼ାରେ ତାପମାତ୍ରା ୩୩.୭ ଡିଗ୍ରି, ପାରଳାଖେମୁଣ୍ଡିରେ ୩୩.୩ ଡିଗ୍ରି ରେକର୍ଡ କରାଯାଇଥିଲା । ଭୁବନେଶ୍ବରରେ ୩୨.୩ ରହିଥିଲା ତାପମାତ୍ରା ।
