Masthead

ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା । ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଦାବି । ଇରାନ ଚାଲିଥିବା ଅପରେସନ୍ ଏଫିକ ଫ୍ୟୁରୀ ଶୀଘ୍ର ଶେଷ ହେବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଆମେରିକା ସେନା ଇରାନ ଛାଡ଼ିବ ବୋଲି କହିଛନ୍ତି ଟ୍ରମ୍ପ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର କହିଛନ୍ତି, ଯୁକ୍ତରାଷ୍ଟ୍ରର ସୈନ୍ୟବାହିନୀ ଇରାନରେ ଚଳାଇଥିବା ଅପରେସନ୍ “ଖୁବ୍ ଶୀଘ୍ର” ସମାପ୍ତ କରିବ ।

ଆମେରିକା ପ୍ରଶାସନ ଇରାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଜାରି ରଖିଥିବା ବେଳେ ଆକାଶମାର୍ଗରୁ ଅପରେସନ ଜାରି ରହିବ । ଫେବ୍ରୁଆରୀ ୨୮ ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ବଢୁଥିବା ଇନ୍ଧନ ମୂଲ୍ୟର ପ୍ରଭାବ ବିଷୟରେ ଟ୍ରମ୍ପଙ୍କୁ ପ୍ରଶ୍ନ ପଚାରିବାରୁ ସେ କହିଛନ୍ତି, ଇରାନ ଛାଡ଼ିବାକୁ ସେ ସବୁକିଛି କରୁଛନ୍ତି । ଆମେ କାର୍ଯ୍ୟ ସମାପ୍ତ କରୁଛୁ, ଏବଂ ମୁଁ ଭାବୁଛି ଦୁଇ ସପ୍ତାହ ମଧ୍ୟରେ, ହୁଏତ ଦୁଇ-ତିନି ଦିନ ଅଧିକ ଲାଗିପାରେ ।

ତେବେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ଇରାନ ସହ କୌଣସି ଚୁକ୍ତିରେ ପହଞ୍ଚିବା ଉପରେ ଏହି ଅପରେସନ୍ ସମାପ୍ତି ନିର୍ଭର କରେ ନାହିଁ । ଯେତେବେଳେ ଆମେ ଅନୁଭବ କରିବୁ ଯେ ସେମାନେ ପ୍ରସ୍ତର ଯୁଗକୁ ଚାଲିଯାଇଛନ୍ତି ଏବଂ ସେମାନେ ପରମାଣୁ ଅସ୍ତ୍ର ତିଆରି କରିପାରିବେ ନାହିଁ, ସେବେ ଆମେ ଇରାନ ଛାଡ଼ିବୁ । ଯୁଦ୍ଧ ଯୋଗୁ ଇରାନ ପ୍ରତିଶୋଧ ସ୍ୱରୂପରେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦେଇଥିବାରୁ ସାରା ବିଶ୍ବରେ ଯୋଗାଣ ବାଧାପ୍ରାପ୍ତ ହୋଇଛି ।
ଦୁଇ ସପ୍ତାହରେ ଇରାନ ଛାଡିବ ଆମେରିକା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା