Masthead

ଶାଶୁକୁ ହାଣିଲା ବୋହୂ

ଉଦଳା (ବଡ଼ ଖବର ବ୍ୟୁରୋ): ବୋହୂ ସାଜିଲା ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁକୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ। ଆଉ ଏ ସବୁର ଦେଖଣାହାରି ସାଜିଥିଲା ପୁଅ। ଉଦଳା ଥାନା ଏନଏସି ୬ ନମ୍ବର ୱାର୍ଡରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗ୍ରାମର ସାବିତ୍ରୀ ଦତ୍ତ ସନ୍ଧ୍ୟା ସମୟରେ ଘର ବାହାରେ ବସିଥିବା ବେଳେ ଅଚାନକ ବୋହୂ ମାମି ଦତ୍ତ ଘର ଭିତରୁ ବାହାରି ଆସି ସାବିତ୍ରୀଙ୍କୁ ଘର ଭିତରକୁ ଘୋଷାରି ନେଇ ବେତବାଡ଼ିରେ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ଅନ୍ଧା ଦୁନିଆ ହାଣି ଚାଲିଲା।

ଶାଶୁ ସାବିତ୍ରୀଙ୍କ ମୁଣ୍ଡ ଦେହକୁ ପନିକିରେ ହାଣି ଜୀବନରୁ ମାରିଦେବାକୁ ବୋହୂ ମାମି ଉଦ୍ୟମ କରୁଥିବା ବେଳେ ସେଠାରେ ଛିଡା ହୋଇ ଏ ସବୁ ଦେଖୁଥିଲା ପୁଅ କୁଲୁ ଦତ୍ତ। ହେଲେ ସେ ଏହାକୁ ବାରଣ କରି ନ ଥିଲା। ତେବେ ଆକ୍ରମଣରେ ଗୁରୁତର ହୋଇ ସାବିତ୍ରୀ ଚିତ୍କାର କରିବାରୁ ପଡିଶା ଲୋକେ ଆସି ତାଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଶାଶୁକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ହାଣିଥିବା ବୋହୂକୁ ନିଜ ହେପାଜତକୁ ନେଇଛି। ସେପଟେ ଗୁଣି ଗାରେଡି ସନ୍ଦେହରେ ବୋହୂ ହାଣିଥିବା କହିଛନ୍ତି ସାବିତ୍ରୀ। ଅନ୍ୟପଟେ ଦେହରେ ଠାକୁରାଣୀ ଆସିଥିବାରୁ ସେ ଏପରି କରିଥିବା କହୁଛି ବୋହୂ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି, ୬ମୃତ 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଦିଲ୍ଲୀ ବିଲ୍ଡିଂ ଟ୍ରାଜେଡି, ୬ମୃତ 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ