Masthead

ନିଅଣ୍ଟିଆ ବର୍ଷା, ଚାଷୀ ହତାଶ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପାଣିପାଗ ବିଭାଗର ଆକଳନ ଅନୁସାରେ,ଏଥର ମୌସୁମୀ ଠିକ ସମୟରେ ଆସିବ ବୋଲି ସୂଚନା ମିଳିଥିଲା । ତା ସହ ଭଲ ବର୍ଷାର ସମ୍ଭାବନା ମଧ୍ୟ ରହିଥିଲା । । କିନ୍ତୁ ଏବେ ଦେଖାଦେଉଛି ନିଅଣ୍ଟିଆ ବର୍ଷା । ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ ଏବେ ଚିନ୍ତାରେ । ଜୁନରୁ ଏବେ ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ୨୨ଟି ଜିଲ୍ଲାରେ ସ୍ବଳ୍ପବୃଷ୍ଟି ।

ଅଗଷ୍ଟ ମାସରେ ସ୍ଥିତି ଆହୁରି ଗମ୍ଭୀର । ରାଜ୍ୟର ୨୧ଜିଲ୍ଲାରେ ୬୦ ରୁ ୯୦ପ୍ରତିଶତ କମ ବର୍ଷା ହୋଇଛି । ଜୁନ ପହିଲାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ କମ ବର୍ଷା ହୋଇଛି । ୨୨ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ ଜୁଲାଇରେ ସ୍ବାଭାବିକ ବର୍ଷା ହୋଇଥିଲା । ତେବେ ୧ ଅଗଷ୍ଟରୁ ୧୩ ଅଗଷ୍ଟ ଭିତରେ ରାଜ୍ୟରେ ହାରାହାରି ୫୨ ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି । ଅଗଷ୍ଟ ମାସରେ ୨୧ଜିଲ୍ଲାରେ ୬୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ କମ ବର୍ଷା ହୋଇଛି ।

ଯାଜପୁରରେ ୫୩ ପ୍ରତିଶତ କମ , ଭଦ୍ରକରେ ୫୧ ପ୍ରତିଶତ କମ, ଗଜପତିରେ ୪୩ ପ୍ରତିଶତ କମ , କେନ୍ଦୁଝରରେ ୪୦ ପ୍ରତିଶତ କମ , ବଲାଙ୍ଗିରରେ ୪୩ ପ୍ରତିଶତ କମ ଏବଂ ଝାରସୁଗୁଡାରେ ୪୧ ପ୍ରତିଶତ ନିଅଣ୍ଟିଆ ବର୍ଷା କାରଣରୁ ମରୁଡି ଆଶଙ୍କା ଦେଖାଦେଇଛି । ଜୁନରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୨୮ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଥିବା ବେଳେ ଅଗଷ୍ଟ ମାସରେ ୯୦ପ୍ରତିଶତ କମ ବର୍ଷା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ