ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସମ୍ବଲପୁରରେ ବିଜେପି ଟିମ ବୁଲିବା ପ୍ରସଙ୍ଗରେ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରାଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଦଳୀୟ ଟିମ ବୁଲିବା ଦ୍ୱାରା ଶାନ୍ତି ବ୍ୟାଘାତ ହେବ । ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସାମ୍ପ୍ରଦୟିକ ସଦଭାବନା ବହୁତ ଭଲଥିବା ବେଳେ ପୁଣି ଉସକାନି ବ୍ୟବସ୍ଥା କରିବା ଠିକ ନୁହେଁ ।
ଯେତେବେଳେ ସବୁ କିଛି ଶାନ୍ତ ହୋଇଛି ପୁଣି ଥରେ ତାକୁ ଉସକେଇବାକୁ ଚେଷ୍ଟା ନ କରାଯାଉ । ଆଇନ ଉପରେ ବିଶ୍ୱାସ ରଖିବା ଦରକାର । ବିଜେପି ଯେଉଁ ଅଭିଯୋଗ କରୁଛି ତାହା ନିରାଧାର । ସେ ଅଞ୍ଚଳର ସାମ୍ପ୍ରଦୟିକ ସଦଭାବନାକୁ ନଷ୍ଟ ନକରାଯାଉ ।