Masthead

ଅପରେସନ ଗଜରାଜର ଦୁଃଖଦ ପରିଣତି କାହିଁକି ହେଲା?

ଭୁୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗୁରୁବାର ରାତିରେ ୧୭ଟି ହାତୀ ବାଙ୍କୀ-ଡମପଡା ଜଙ୍ଗଲରୁ ଆଠଗଡ଼ ଜଙ୍ଗଲକୁ ଯାଉଥିଲେ । ମଝିରେ ପଡିଥିଲା ମହାନଦୀ । ବନ୍ୟାପାଣିରେ ଭରିଥିବା ମହାନଦୀ ପାର୍ ହେବାବେଳେ ୩ଟି ହାତୀ ଫସିଯାଇଥିଲେ । ପରେ ଗୋଟିଏ ହାତୀ ବାହାରି ଯାଇଥିବା ବେଳେ ଛୁଆହାତୀ ଭାସି ଜଳସମାଧି ନେଇଥିଲା । ତେବେ ମୁଣ୍ଡଳି ନିକଟରେ ଆଉ ଏକ ଦନ୍ତହାତୀ ପାଣିଭିତରେ ରହିଯାଇଥିଲା । ବାହାରିବାକୁ ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିଲା । ସାରା ରାତି ମହାନଦୀରେ ସଙ୍ଘର୍ଷ କରି ବି ବାହାରିପାରି ନ ଥିଲା ହାତୀ । ସକାଳୁ ସକାଳୁ ମୁଣ୍ଡଳି ବ୍ରିଜରୁ ଫସିଥିବା ହାତୀକୁ ଦେଖିଥିଲେ ସମସ୍ତ । ହାତୀକୁ ଉଦ୍ଧାର ପାଇଁ ବନବିଭାଗ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଯବାନ ପହଞ୍ଚିଥିଲେ । ଆରମ୍ଭ ହୋଇଥିଲା ଅପରେସନ ଗଜରାଜ । ତେବେ ଅନେକ ସମୟ କେବଳ ହାତୀକୁ ଦେଖିବା ଓ ଦୂରରୁ ଚେଷ୍ଟା କରିବରେ ଅତିବାହିତ ହୋଇଥିଲା ।

ଏପଟେ ବନବିଭାଗ ଅତ୍ୟନ୍ତ ଖାମଖିଆଲ ଢଙ୍ଗରେ କାମ କରୁଥିବା ଦେଖିବାକୁ ମିଳିଥିଲା । ମୁଣ୍ଡଳି ବ୍ରିଜ ଲୋକାରଣ୍ୟ ହୋଇଯାଇଥିଲା । ଗହଳି ବଢିଥିଲା । କୂଳ ନିକଟକୁ ଆସିବାକୁ ଚେଷ୍ଟା କରୁଥିବା ହାତୀ ଆହୁରି ଭିତରକୁ ପଶି ଯାଇଥିଲା । ବନବିଭାଗ କେବଳ ନିରବଦ୍ରଷ୍ଟା ସାଜିଥିଲା । ଏହାପରେ ଓଡ୍ରାଫ ଯବାନ ଅତ୍ୟନ୍ତ ଦୁଃସାହସର ସହ ରବର ବୋଟ୍ ନେଇ ହାତୀ ଉଦ୍ଧାରକୁ ଯାଇଥିଲା । ଯାହା ବିଫଳ ହୋଇଥିଲା ଓ ଏହାର ପରିଣତି ଅତ୍ୟନ୍ତ ଦୁଃଖଦ ଥିଲା । ହାତୀ ଫସିଥିଲା । ବାହାରିବାକୁ ଚାହୁଁଥିଲା । ତାକୁ ବାହାର କରିବାକୁ ଯାଇ ଦୁଇ ଦୁଇଟି ଜୀବନ ଚାଲିଗଲା । ଶେଷରେ ସେ ବି ଚାଲିଗଲା । ହାତୀର ଜଳସମାଧି ନେବା ସହ ଅନେକ ପ୍ରଶ୍ନ ବି ଛାଡି ଯାଇଥିଲା। ତାକୁ ବଞ୍ଚାଇବାକୁ ଆମେ ଖାଲି ଭିଡ ଜମାଇଥିଲେ ନା କିଛି ଉଚିତ୍ ପଦକ୍ଷେପ ନେଇଥିଲେ? ଓଡ୍ରାଫ ଟିମ୍ ରବର ଡଙ୍ଗାରେ ବସିଯିବା କଣ ହାତୀ ଉଦ୍ଧାର ଉଚିତ୍ କୌଶଳ ଥିଲା ନା ଆତ୍ମଘାତୀ ନିଷ୍ପତ୍ତି ଥିଲା? ବନବିଭାଗ ବି ନିଆଁହୁଳା ଦେଖାଇ ନିଜ କାମ ସାରିଦେଇଥିଲା ।

ଯେବେ କି ହାତୀ ଭଳି ଭାରି ଜୀବକୁ ଉଦ୍ଧାର କରିବାକୁ ଅନେକ ଆଧୁନିକ ବ୍ୟବସ୍ଥା ରହିଛି । ଯେମିତି କାଜିରଙ୍ଗାରେ ଗଣ୍ଡାମାନଙ୍କୁ ଉଦ୍ଧାର କରାଯାଇଥିଲା । ହାତୀ ଉଦ୍ଧାର ପାଇଁ କାହିଁକି ଆର୍ମିର ସହାୟତା ନିଆଗଲା ନାହିଁ? ଆକାଶ ମାର୍ଗରୁ ମଧ୍ୟ ଉଦ୍ଧାରର ବ୍ୟବସ୍ଥା ହୋଇପାରିଥାନ୍ତା । ଏସବୁ ନିଷ୍ପତ୍ତି ନ ନେଇ କାହିଁକି ସମୟ ଗଡାଗଲା । ନା ତାକୁ ବଞ୍ଚାଇ ପାରିଲେ ନା ଉଦ୍ଧାର କରିବାକୁ ଯାଇଥିବା ଯବାନ ଓ ସାମ୍ବାଦିକଙ୍କ ଜୀବନ । ଏଭଳି ଭୁଲ୍ ଉଦ୍ଧାର ପ୍ରଣାଳୀ ପାଇଁ ୩ଟି ଜୀବନ ଚାଲିଗଲା । ଏହାର ଉତ୍ତରଦାୟିତ୍ୱ କିଏ ନେବ ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି