Masthead

ଗଜେନ୍ଦ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉନି କାହିଁକି?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କୁଆଡେ ଗଲେ ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳେଇ? ଗଜେନ୍ଦ୍ର ଦଳେଇଙ୍କୁ କାହିଁକି ଗିରଫ କରୁନି ପୋଲିସ? ଗଜେନ୍ଦ୍ର ଦଳେଇଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉନି କାହିଁକି? କାହା ଛତ୍ରଛାୟା ତଳେ ଗଜେନ୍ଦ୍ର । ଗଜେନ୍ଦ୍ରଙ୍କ ଏବେ ମିଳୁନି ପତ୍ତା । ସେପଟେ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ୪ଜରଙ୍କୁ ଗିରଫ କରିଛି ପୋଲିସ । ଗିରଫ ମଧ୍ୟରେ ରହିଛନ୍ତି ଜଣେ ନାବାଳକ । ଆକ୍ରମଣକାରୀ ଅବିନାଶ ଦଳାଇ, ଆଦିତ୍ୟ ଜେନା, ଗୁମର ନାୟକ ଗିରଫ ହୋଇଛନ୍ତି । ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳାଇ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ଠିକାଦାରଙ୍କ ଦାଦାଗିରି । ଚୋରି ପରେ ସିନାଚୋରି । ଦୁର୍ନୀତି ଖବର ପ୍ରସାରଣ କରିବାରୁ ଦେଖାଇଲେ ଉଗ୍ରରୂପ । କାର୍ଯ୍ୟରତ ସାମ୍ବାଦିକଙ୍କୁ ଅକଥନୀୟ ଅତ୍ୟାଚାର ଦେଇଛନ୍ତି ଠିକାଦାର ଗଜେନ୍ଦ୍ର ଦଳେଇ ଓ ତାଙ୍କ ସମର୍ଥକ । ବଡ଼ ଖବର କାର୍ଯ୍ୟରତ ବଲାଙ୍ଗୀର ଜିଲ୍ଲା ପ୍ରତିନିଧିଙ୍କୁ କଙ୍ଗାରୁ କୋର୍ଟ କରି ଗୁଣ୍ଡାଗର୍ଦ୍ଦି କରିଛନ୍ତି ।

ମାଡ଼ ମାରିବା, ଧମକଚମକ୍ ଦେବା ସହ ମୋବାଇଲ ଓ ବୁମ୍ ଭାଙ୍ଗି ଦେଇଛନ୍ତି । ଏପରିକି ବିଜୟ ପ୍ରଧାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ଗଜେନ୍ଦ୍ର ଓ ତାଙ୍କ ସାଥୀ । ବିଜୟଙ୍କୁ ଗଜେନ୍ଦ୍ର ଓ ତାଙ୍କ ଗୁଣ୍ଡା ଗୋଷ୍ଠୀ ଘେରିଯାଇ ହାତ ବାନ୍ଧିବା ସହ ଘୋଷାଡ଼ି ନେଇ ଆଉ ଖବର ପ୍ରସାରଣ ନ କରିବାକୁ କହିଥିବା କହିଛନ୍ତି ବିଜୟ । କିଛି ସାମ୍ବାଦିକଙ୍କ ସହଯୋଗରେ ହସ୍ପିଟାଲରେ ବିଜୟଙ୍କ ଚିକିତ୍ସା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା