Masthead

ଗଜେନ୍ଦ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉନି କାହିଁକି?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କୁଆଡେ ଗଲେ ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳେଇ? ଗଜେନ୍ଦ୍ର ଦଳେଇଙ୍କୁ କାହିଁକି ଗିରଫ କରୁନି ପୋଲିସ? ଗଜେନ୍ଦ୍ର ଦଳେଇଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉନି କାହିଁକି? କାହା ଛତ୍ରଛାୟା ତଳେ ଗଜେନ୍ଦ୍ର । ଗଜେନ୍ଦ୍ରଙ୍କ ଏବେ ମିଳୁନି ପତ୍ତା । ସେପଟେ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ୪ଜରଙ୍କୁ ଗିରଫ କରିଛି ପୋଲିସ । ଗିରଫ ମଧ୍ୟରେ ରହିଛନ୍ତି ଜଣେ ନାବାଳକ । ଆକ୍ରମଣକାରୀ ଅବିନାଶ ଦଳାଇ, ଆଦିତ୍ୟ ଜେନା, ଗୁମର ନାୟକ ଗିରଫ ହୋଇଛନ୍ତି । ମାଷ୍ଟରମାଇଣ୍ଡ ଠିକାଦାର ଗଜେନ୍ଦ୍ର ଦଳାଇ ଫେରାର ହୋଇଯାଇଥିବା ସୂଚନା ମିଳିଛି ।

ଠିକାଦାରଙ୍କ ଦାଦାଗିରି । ଚୋରି ପରେ ସିନାଚୋରି । ଦୁର୍ନୀତି ଖବର ପ୍ରସାରଣ କରିବାରୁ ଦେଖାଇଲେ ଉଗ୍ରରୂପ । କାର୍ଯ୍ୟରତ ସାମ୍ବାଦିକଙ୍କୁ ଅକଥନୀୟ ଅତ୍ୟାଚାର ଦେଇଛନ୍ତି ଠିକାଦାର ଗଜେନ୍ଦ୍ର ଦଳେଇ ଓ ତାଙ୍କ ସମର୍ଥକ । ବଡ଼ ଖବର କାର୍ଯ୍ୟରତ ବଲାଙ୍ଗୀର ଜିଲ୍ଲା ପ୍ରତିନିଧିଙ୍କୁ କଙ୍ଗାରୁ କୋର୍ଟ କରି ଗୁଣ୍ଡାଗର୍ଦ୍ଦି କରିଛନ୍ତି ।

ମାଡ଼ ମାରିବା, ଧମକଚମକ୍ ଦେବା ସହ ମୋବାଇଲ ଓ ବୁମ୍ ଭାଙ୍ଗି ଦେଇଛନ୍ତି । ଏପରିକି ବିଜୟ ପ୍ରଧାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ଗଜେନ୍ଦ୍ର ଓ ତାଙ୍କ ସାଥୀ । ବିଜୟଙ୍କୁ ଗଜେନ୍ଦ୍ର ଓ ତାଙ୍କ ଗୁଣ୍ଡା ଗୋଷ୍ଠୀ ଘେରିଯାଇ ହାତ ବାନ୍ଧିବା ସହ ଘୋଷାଡ଼ି ନେଇ ଆଉ ଖବର ପ୍ରସାରଣ ନ କରିବାକୁ କହିଥିବା କହିଛନ୍ତି ବିଜୟ । କିଛି ସାମ୍ବାଦିକଙ୍କ ସହଯୋଗରେ ହସ୍ପିଟାଲରେ ବିଜୟଙ୍କ ଚିକିତ୍ସା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା