କୁମୁଡ଼ାବାଲି ବ୍ରିଜ ନିକଟରେ ମାଓ ପୋଷ୍ଟର

ମୁନିଗୁଡ଼ା (ବଡ଼ ଖବର ବ୍ୟୁରୋ): ମୁନିଗୁଡା ଥାନା ଅନ୍ତର୍ଗତ କୁମୁଡ଼ାବାଲି ବ୍ରିଜ ନିକଟରେ ଏକ ମାଓ ପୋଷ୍ଟର ଆମ୍ବ ଗଛରେ ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟରେ ନାଗବଳୀ ଘୁମୁସର ମାଓବାଦୀ ତରଫରୁ ଉଲ୍ଲେଖ ଅଛି କି , ନବୀନ ସରକାର ନାରୀମାନଙ୍କ ସୁରକ୍ଷା ଦେବାରେ ଅସମର୍ଥ ତେଣୁ ସେ ଇସ୍ତଫା ଦିଅନ୍ତୁ ବୋଲି । ରାଜ୍ୟରେ ଏବେ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ହଇଚଇ ହେଉଥିବା ବେଳେ , ଝିଅ ମାନଙ୍କୁ ନିର୍ମମ ହତ୍ୟା କରି ଅନେକଙ୍କୁ କୌଣସି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଉନି ।

ନାରୀମାନଙ୍କ ସୁରକ୍ଷାରେ ବିଫଳ ସରକାର । ଏଣୁ ଶୀଘ୍ର ଇସ୍ତଫା ଦେବାକୁ ଉଲ୍ଲେଖ ହୋଇଛି । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିଷମକଟକ ଏସଡିପିଓଙ୍କ ନଜରରେ ଏହି ମାଓ ପୋଷ୍ଟର ନଜର ଆସିଛି । ମୋଟ ସେଇ ଅଂଚଳର ପାଞ୍ଚଟି ପୃଥକ ପୃଥକ ଜାଗାରେ ମାଓ ପୋଷ୍ଟର ଲାଗିଥିବାବେଳେ କେତୋଟି ପୋଷ୍ଟରରେ ମମତା ମେହେରଙ୍କ ପରିବାର କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକଥା ଉଲ୍ଲେଖ ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ