Masthead

କାହିଁକି ଟ୍ରେନର ନାଁ କରମଣ୍ଡଳ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ): କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ । ଭାରତୀୟ ରେଲୱେର ପ୍ଲାଗସିପ ଟ୍ରେନ୍ । ୧୯୭୭ ମାର୍ଚ୍ଚ ୬ରୁ ଚଳାଚଳ କରୁଛି ଏହି ଟ୍ରେନ୍ । ପଶ୍ଚିମବଙ୍ଗର ସାଲିମାର ରେଳ ଷ୍ଟେସନରୁ ତାମିଲନାଡୁର ଚେନ୍ନାଇ ସେଣ୍ଟ୍ରାଲ ରେଳ ଷ୍ଟେସନ ମଧ୍ୟରେ ଦୌଡୁଛି କରମଣ୍ଡଳ । ଭାରତର ପୂର୍ବରେ ଥିବା ବଙ୍ଗୋପସାଗର ଉପକୂଳରେ ଦୌଡୁଛି ଏହି ଟ୍ରେନ୍ । ଭାରତର ପୂର୍ବ ଉପକୂଳକୁ କରମଣ୍ଡଳ ଉପକୂଳ କୁହାଯାଉଛି । କରମଣ୍ଡଳ ଉପକୂଳରେ ଏହି ଟ୍ରେନ ଯାତାୟାତ କରୁଥିବାରୁ ନାମ ରଖାଯାଇଛି କରମଣ୍ଡଳ ।

ପ୍ରଥମେ ପ୍ରଥମେ ଏହି ଟ୍ରେନ୍ ସପ୍ତାହକୁ ୨ଥର ଯାତାୟତ କରୁଥିଲା । ପରେ ଯାତ୍ରୀସଂଖ୍ୟା ବୃଦ୍ଧି ପାଇବାରୁ ନିୟମିତ ହେଲା କରମଣ୍ଡଳ । ଘଣ୍ଟା ପ୍ରତି ୧୩୦ କିମି ବେଗରେ ଧାଉଁଥିବା ଏହି ଟ୍ରେନରେ ବର୍ଷସାରା ଯାତ୍ରୀଙ୍କ ଭିଡ ଲାଗିରହୁଛି । ୨୫ଘଣ୍ଟା ୩୦ ମିନିଟ୍ରେ ୧ହଜାର ୬୫୯ କିମି ଅତିକ୍ରମ କରୁଛି କରମଣ୍ଡଳ ।

୧୨୮୪୧ଅପ୍ କରମଣ୍ଡଳ ସାଲିମାରରୁ ଦିନ ୩ଟା ୨୦ରେ ଚେନ୍ନାଇ ଅଭିମୁଖେ ବାହାରୁଛି । ତା’ପରଦିନ ଅପରାହ୍ନ ୪ଟା ୫୦ରେ ଚେନ୍ନାଇରେ ପହଞ୍ଚୁଛି । ସେହପରି ୧୨୮୪୨ ଡାଉନ୍ କରମଣ୍ଡଳ ସକାଳ ୭ଟାରେ ଚେନ୍ନାଇରୁ ସାଲିମାର ଅଭିମୁଖେ ଛାଡୁୁଛି । ସାଲିମାରରେ ତା’ ପରଦିନ ସକାଳ ୧୦ଟା ୪୦ରେ ପହଞ୍ଚଛି ଏହି ଟ୍ରେନ୍ । ହାୱଡା -ଚେନ୍ନାଇ ମେନ୍ ଲାଇନରେ ଦୌଡୁଥିବା ଏହି ଟ୍ରେନ୍ ଆନ୍ଧ୍ରର ୫ଟି ଷ୍ଟେସନରେ ଅଟକୁଛି । ସେହିପରି ଓଡ଼ିଶାରେ ୭ ଓ ପଶ୍ଚିମବଙ୍ଗର ୨ ଟି ଷ୍ଟେସନରେ ଅଟକୁଛି କରମଣ୍ଡଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା