Masthead

Zomato Boyଙ୍କ ଭାଗ୍ୟ ବଦଳିଲା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାଗ୍ୟ କେତେବେଳେ ଯେ ବଦଳିଯିବ ତାହା କାହାକୁ ବି ଜଣା ନଥାଏ । ଆଉ ଠିକ୍‌ ଏହିପରି ଘଟଣା ଘଟିଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚଯ୍ୟ ହେବେ। ଜଣେ ଜମାଟୋ ବଏ ନିଜେ ସାଇକେଲ ଚଳାଇ ଚଳାଇ ଖାଇବା ଡେଲିଭରି ଦେଇଥିଲେ ଆଉ ଖାଇବା ଅର୍ଡର କରିଥିବା ବ୍ୟକ୍ତି ଜଣକ ତାଙ୍କୁ ଏକ ବାଇକ୍‌ ଦେଇଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଜୁନ୍‌ ୧୪ ତାରିଖ ରାତି ପ୍ରାୟ ୧୦ ଟା ହେବ। ହାଇଦ୍ରାବାଦ୍‌ର ବାସିନ୍ଦା ରୋବିନ ମୁକେଶ ହୋଟେଲ୍‌ରୁ ଖାଇବା ଅର୍ଡର କରିଥିଲେ। ଆଉ ଏହି ଡେଲିଭରି ଦାୟିତ୍ୱ ଜୋମାଟୋର ଏକଜ୍ୟୁକିଟିଭ୍‌ ମହମ୍ମଦ ଅକିଲ ଅହମ୍ମଦଙ୍କୁ ମିଳିଥିଲା। ହେଲେ ଖାଇବା ଡେଲିଭରି କରିବା ପାଇଁ ତାଙ୍କ ପାଖରେ ଗାଡ଼ି ନଥିଲା। କିନ୍ତୁ ନିର୍ଦ୍ଧାରିତ ସମୟରେ ତାଙ୍କୁ ଖାଇବା ଅର୍ଡର କରିଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବାର ଥିଲା। ହୋଟେଲରୁ ଅର୍ଡ଼ର କରିଥିବା ବ୍ୟକ୍ତିଙ୍କ ଘରର ଦୂରତା ପ୍ରାୟ ୯ କିଲୋମିଟର ଥିଲା। ରାତି ୧୦ଟା ସମୟରେ ୯ କିମିର ରାସ୍ତାକୁ ସାଇକେଲ୍‌ରେ ମାତ୍ର ୨୦ ମିନିଟ୍‌ରେ ଖାଦ୍ୟ ପହଞ୍ଚାଇଥିଲେ ଡେଲିଭରି ବଏ ।

ଯେତେବେଳେ ରୋବିନ ଅକିଲ୍‌ଙ୍କୁ ଦେଖିଥିଲେ ସେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ଡେଲିଭରି ବଏର ଏହି କାର୍ୟ୍ୟରେ ଖୁସି ହୋଇ ରୋବିନ୍‌ ଅକିଲଙ୍କ ସହ ଫଟୋ ଉଠାଇଥିଲେ। ସେହି ଫଟୋକୁ ଫେସବୁକ୍‌ରେ ସେୟାର ମଧ୍ୟ କରିଥିଲେ । ଏହି ସମୟ ଭିତରେ ରୋବିନ୍‌ ଅକିଲଙ୍କ ପାଇଁ ଏକ ବାଇକ୍‌ କିଣିଦେବା ଲାଗି ସ୍ଥିର କରିସାରିଥିଲେ । ଅକିଲଙ୍କ ପରିବାରର ଆର୍ଥିକ ସ୍ଥିତି ଠିକ ନଥିବାରୁ ସେ ଗତ ବର୍ଷ ଜୋମାଟୋ ସହିତ ଯୋଡ଼ି ହୋଇଥିଲେ। ଆଉ ଗାଡ଼ି କିଣିବାକୁ ସାମର୍ଥ୍ୟ ନଥିବାରୁ ସେ ସାଇକେଲରେ ବୁଲିବୁଲି ଡେଲିଭରି କରୁଛନ୍ତି। ସବୁ କଥା ଶୁଣି ଦାରିବା ପରେ ରୋବିନ୍‌ ଅକିଲଙ୍କ ପାଇଁ ବାଇକ୍‌ କିଣିଦେବା ସହ ତାଙ୍କ କଲେଜ୍‌ର ଫି ମଧ୍ୟ ଭରିଥିବା ଜଣାପଡ଼ିଛି। ବର୍ତ୍ତମାନ ସମୟରେ ଅକିଲ ନୂଆ ବାଇକ୍‌ରେ ଖାଇବା ଡେଲିଭରି କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ